ନୂଆ ମୋଡ଼ ନେଲା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଆତ୍ମହତ୍ୟା

Spread the love

ଭୁବନେଶ୍ବର: ନୂଆ ମୋଡ଼ ନେଇଛି ସଫ୍ଟୱେୟାର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣା । ବ୍ଲାକମେଲ କରିବାରୁ ଝିଅ ଶ୍ଵେତା କରିଛି ଆତ୍ମହତ୍ୟା କରିଥିବା ନେଇ  ପରିବାର ଲୋକଙ୍କ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗ ଆଧାରରେ ୩୦୬ରେ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ।

ତଦନ୍ତ ବେଳେ ଆପାର୍ଟମେଣ୍ଟ ଫ୍ଲାଟରୁ ଏକ ଡାଏରି ଜବତ ହୋଇଥିଲା ଯେଉଁଥିରେ ପୁରୁଷ ବନ୍ଧୁ ସୌମ୍ୟଜିତ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ ବୋଲି ଶ୍ଵେତା ଉଲେଖ କରିଥିଲେ। ସୌମ୍ୟଜିତ ମହାପାତ୍ରଙ୍କ ଘର ସମ୍ବଲପୁର । ସେ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ ଇଞ୍ଜିନିଅର ଭାବେ କାମ କରନ୍ତି। ଖୁବ ଶୀଘ୍ର ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ରଙ୍କୁ ପଚରାଉଚରା କରିବ ପୁଲିସ।

ପ୍ରେମ ସମ୍ପର୍କକୁ ନେଇ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ସେପଟେ ପୁଲିସ ଶ୍ୱେତା ଙ୍କ ମୋବାଇଲ ଜବତ କରି ହ୍ବାଟ୍ସଆପ୍ ଏବଂ ଅନ୍ୟ ସୋସିଆଲ୍ ମିଡିଆର ଚାଟ୍ ଯାଞ୍ଚ କରୁଛି। ଯାଞ୍ଚ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଉପରୁ ପର୍ଦ୍ଦା ହଟିବ ବୋଲି ପୁଲିସ କହିଛି।

Leave a Reply

Your email address will not be published. Required fields are marked *