suicide case

  • ଭିଡଓ ଭାଇରାଲ ପରେ ଆତ୍ମହତ୍ୟା କଲେ ଯୁବତୀ

    ନିଶ୍ଟିତକୋଇଲ: ପ୍ରେମରେ ଅସଫଳ ହୋଇ ଜୀବନ ହାରିଲେ ଯୁବତୀ ।  ଏପରି ଆଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିତକୋଇଲିର 12 ନମ୍ବର ୱାର୍ଡରେ । ଜୀବନ ହାରିବା ପୂର୍ବରୁ ନିଜ ହ୍ୱାଟସପରେ ଲେଖିଥିଲେ ଦ ଏଣ୍ଡ

    ତେବେ  ନର୍ସିଂ ପାଇଁ ଟ୍ରେନିଙ୍ଗ ନେଉଥିବା ଯୁବତୀ ଙ୍କ ଫୋଟ ଓ ଭିଡିଓ ଭାଇରାଲ ପରେ ଆତ୍ନହତ୍ୟା କରିଥିବା ଅଭିଯୋଗ ହେଇଛି । ତେବେ ସେହି ଗ୍ରାମର ଶୁସୀଲ ସେଠୀ ନାମକ ଯୁବକ ଯୁବତୀଙ୍କ ଫୋଟ ଓ ଭିଡିଓ ଭାଇରାଲ କରିଥିଲେ । ଯାହାକୁ ସହିନପାରି ସେ ଆତ୍ମହତ୍ୟା କରିଥିଲେ ।

    ଯୁବତୀଙ୍କୁ ଏଭଳି କାଣ୍ଡ ପରେ ତାଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ସୁଶୀଲ ତାଙ୍କୁ ପ୍ରତିଦିନ କଲେଜ ଯିବା ରାସ୍ତା ରେ ବିଭିନ୍ନ କଥା କହି ହଇରାଣ  କରୁଥିଲେ ।ତେବେ ଘଟଣା ପରେ ଉକ୍ତ ଯୁବକ କେଉଁଆଡେ ଗାଏଫ ହୋଇଯାଇଛନ୍ତି ।

    ଘଟଣା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

  • ଆତ୍ମହତ୍ୟା ଉଦ୍ୟମ କରିଥିବା ଜଗଦୀଶଙ୍କ ମୃତ୍ୟୁ

    ନୂଆପଡା: ଗୁରୁବାର ଦିନ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଗଦୀଶ ଆଜି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେ ଦୀର୍ଘଦିନ ହେଲା ଜମି ବିକ୍ରି ମାମଲାରେ ତହସିଲ ଅଫିସକୁ ଧାଇଁ  ନିରାଶ ହେବା ପରେ ଗତକାଲି ମଧ୍ୟାହ୍ନ ୧ଟା ବେଳେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ବୁର୍ଲା ହସ୍ପିଟାଲରେ ମୃତବରଣ କରିଛନ୍ତି ।

    ଜଗଦୀଶଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ତହସିଲଦାରକୁ ଦାୟୀ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ଦୁଇ ବର୍ଷ ହେବ ଜଗଦୀଶ ଏକ ଜମି ବିକ୍ରି ମାମଲାକୁ ନେଇ ତହସିଲ ଅଫିସ ଦୌଡୁଥିଲେ କିନ୍ତୁ ତହସିଲ ବାବୁ ତାଙ୍କ କାର୍ଯ୍ୟ ନକରି ବାରମ୍ବାର ତାଙ୍କୁ ଅନ୍ୟ ମାନଙ୍କ ଆଗରେ ଅପମାନିତ କରୁଥିଲେ । ଏହାକୁ ନେଇ  କାମ ନହେଲେ ଜଗଦୀଶ ଆତ୍ମହତ୍ୟା ଚେତାବନୀ ମଧ୍ୟ ଦେଇଥିଲେ। କିନ୍ତୁ ତାଙ୍କ କଥା ଶୁଣାଯାଇନଥିଲା ଓ ବାଧ୍ୟ ହୋଇ ଆତ୍ମହତ୍ୟାକୁ ଆପଣେଇ ନେଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି  ।

    ପରିବାର ଲୋକଙ୍କ ଅଭିଯୋକକ୍ରମେ ପୋଲିସ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ନୂଆପଡା ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ତହସିଲଦାରଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଜଗଦୀଶକୁ ଜାଣି ନଥିବା କଥା କହିଛନ୍ତି ଏବଂ ସେ କଣ ପାଇଁ ଅଫିସ ଆସୁଥିଲେ ସେ ତାହା ବି ଜାଣିନାହାନ୍ତି ବୋଲି ତହସିଲ କହିଛନ୍ତି ।

  • ନୂଆ ମୋଡ଼ ନେଲା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଆତ୍ମହତ୍ୟା

    ଭୁବନେଶ୍ବର: ନୂଆ ମୋଡ଼ ନେଇଛି ସଫ୍ଟୱେୟାର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣା । ବ୍ଲାକମେଲ କରିବାରୁ ଝିଅ ଶ୍ଵେତା କରିଛି ଆତ୍ମହତ୍ୟା କରିଥିବା ନେଇ  ପରିବାର ଲୋକଙ୍କ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗ ଆଧାରରେ ୩୦୬ରେ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ।

    ତଦନ୍ତ ବେଳେ ଆପାର୍ଟମେଣ୍ଟ ଫ୍ଲାଟରୁ ଏକ ଡାଏରି ଜବତ ହୋଇଥିଲା ଯେଉଁଥିରେ ପୁରୁଷ ବନ୍ଧୁ ସୌମ୍ୟଜିତ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ ବୋଲି ଶ୍ଵେତା ଉଲେଖ କରିଥିଲେ। ସୌମ୍ୟଜିତ ମହାପାତ୍ରଙ୍କ ଘର ସମ୍ବଲପୁର । ସେ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ ଇଞ୍ଜିନିଅର ଭାବେ କାମ କରନ୍ତି। ଖୁବ ଶୀଘ୍ର ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ରଙ୍କୁ ପଚରାଉଚରା କରିବ ପୁଲିସ।

    ପ୍ରେମ ସମ୍ପର୍କକୁ ନେଇ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ସେପଟେ ପୁଲିସ ଶ୍ୱେତା ଙ୍କ ମୋବାଇଲ ଜବତ କରି ହ୍ବାଟ୍ସଆପ୍ ଏବଂ ଅନ୍ୟ ସୋସିଆଲ୍ ମିଡିଆର ଚାଟ୍ ଯାଞ୍ଚ କରୁଛି। ଯାଞ୍ଚ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଉପରୁ ପର୍ଦ୍ଦା ହଟିବ ବୋଲି ପୁଲିସ କହିଛି।

Back to top button