ଗଣ୍ଡ ଜନଜାତିର ଆକ୍ରମଣରେ ପୁଲିସ କର୍ମକର୍ତ୍ତା ଆହତ

Spread the love

ରାୟପୁର: ଛତିଶଗଡର କବୀର ଧାମ ଜିଲ୍ଲାରେ ଶୁକ୍ରବାର ହୋଇଥିବା ଆଦିବାସୀ ଜନଜାତିଙ୍କ ହିଂସାରେ ବହୁ ପୁଲିସ କର୍ମୀ ଆହତ ହୋଇଛନ୍ତି। କବୀର ଧାମର ଡାର୍ମୋ ଗାଁର ଏକ ଧାର୍ମୀକ ସ୍ଥଳିରେ ପତାକା ଉତ୍ତୋଳନକୁ ନେଇ ଉତ୍ତେଜନା ଆଶଙ୍କାରେ ପୁଲିସର ହସ୍ତକ୍ଷେପ ବେଳେ ଏହି ଅଘଟଣ ଘଟିଥିଲା। ପ୍ରାୟ ୫୦୦ରୁ ଅଧିକ ଆଦିବାସୀ ପୁଲିସ ଉପରେ କରିଥିଲେ ଆକ୍ରମଣ। ଏହାକୁ ନିୟନ୍ତ୍ରଣ କରିବାକୁ ପୁଲିସ ଘଟଣାସ୍ଥଳରେ ଲୁହବୁହା ଗ୍ୟାସ ପ୍ରୟୋଗ ସହ ଲାଠି ଚାର୍ଜ କରିଥିଲା ବୋଲି ଭେରାମଦେଓ ଥାନା ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ଛତିଶଗଡର ଗଣ୍ଡ ଜନଜାତି ବହୁଳ ରାଜ୍ୟ। କିନ୍ତୁ ଏହି ଜନଜାତିର ଦୁଇଟି ଗୋଷ୍ଠି ରହିଛି। ଗୋଟିଏ ଗୋଷ୍ଠି ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି ବା ଜିଜିପିର ଜିଲ୍ଲା ମୁଖ୍ୟ ଜେ ଲିଙ୍ଗାଙ୍କ ନେତୃତ୍ବରେ ପରିଚାଳିତ ହେଉଥିବା ବେଳେ  ଅନ୍ୟ ଗୋଷ୍ଠୀ ସ୍ଥାନୀୟ ଗୋଣ୍ଡ ଜନଜାତି ଲୋକଙ୍କର। ଜିଜିପି ବଡ ଦେବଙ୍କୁ ପୂଜା କରୁଥିବା ବେଳେ ସ୍ଥାନୀୟ ଜନଜାତି ଲୋକେ ବୁଢାଦେବଙ୍କୁ ମାନିଥାନ୍ତି। ତେବେ ହାର୍ମୋ ଗାଁରେ ଧାର୍ମିକ ପତାକା ଉତ୍ତୋଳନ ବେଳେ ଏହି ଉତ୍ତେଜନା ଦେଖା ଦେଇଥିଲା।

ସେଠାରେ ସ୍ଥାନୀୟ ଜନଜାତିର ବହୁ ପୁରୁଷ, ମହିଳା ଓ ଶିଶୁ ଉପସ୍ଥିତ ଥିଲେ। ଏହି ସମୟରେ ଜିଜିପିର ୫୦୦ରୁ ଅଧିକ ଲୋକେ ଏକ ରାଲି  ଧର୍ମୀୟସ୍ଥଳ ଦିଗକୁ ବାହାରିଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷର  ଆଶଙ୍କା କରି ସେମାନଙ୍କୁ ପୁଲିସ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଜିଜିପି ସମର୍ଥକ ପୁଲିସ ଉପରେ ଆକ୍ରମଣ କରିଥିଲେ।

Leave a Reply

Your email address will not be published. Required fields are marked *