ଅପରାଧବିଶ୍ୱ

ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା

ଆଖି ବୁଜିଦେଲେ ଜାପାନର ଲୋକପ୍ରୀୟ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ। ଦୁର୍ବୁତଙ୍କ ଗୁଳି ମାଡର ଶିକାର ହେବା ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟ ଘଟିଛି । ଆସନ୍ତା ରବିବାର ହେବାକୁ ଥିବା ଜାପାନର ଉଚ୍ଚ ସଦନ ନିର୍ବାଚନ। ତାପୂର୍ବରୁ  ଶୁକ୍ରବାର ସକାଳ ୮ ଟା ସମୟରେ ନାରା ସହରରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆବେ ଉଦବୋଧନ ଦେଉଥିବା ବେଳେ ଗୁଳିମାଡର ଶିକାର ହୋଇଥିଲେ ସିଞ୍ଜୋ ଆବେ । ର୍ଦୁବୁତ୍ତଙ୍କ ଗୁଳିର ଶିକାର ହେବା ପରେ ଆବେଙ୍କ ବେକରେ ଆଘାତ ଲାଗିଛି ଏବଂ ତାଙ୍କ ଛାତି ଭିତରେ ରକ୍ତସ୍ରାବ ହୋଇଥିଲା । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ଏୟାର ଆମ୍ୱୁଲାନ୍ସରେ ଟୋକିଓର ଏକ ହସ୍ପିଟାଲରେ ଭତ୍ତି କରାଯାଇଥିଲା । ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ୱେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ବିୟୋଗ ହୋଇଯାଇଛି । ସେପଟେ  ଘଟଣା ସ୍ଥଳରୁ ଜଣେ ୪୧ ବର୍ଷର ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁଯାୟୀ, ଆକ୍ରମଣକାରୀ ଜଣକ ସାମୁଦ୍ରିକ ଆତ୍ମରକ୍ଷା ବାହିନୀର ଜଣେ ସଦସ୍ୟ । ସେ ନାରା ସହରର ବାସିନ୍ଦା ହୋଇଥିବା ତାଙ୍କ  ନାମ ଟେଟସୁୟା ୟାମାଗାମି ବୋଲି ଜଣାପଡିଛି।  ତେବେ ଆବେଙ୍କ ଉପରେ କାହିଁକି ଗୁଳିମାଡ ହୋଇଛି, ତାହାର କାରଣ ଜଣାପଡି ନାହିଁ। ସିଞ୍ଜୋ ଆବେ ଜାପାନର ଜଣେ ବିଶିଷ୍ଠ  ଲୋକପ୍ରୀୟ ନେତା ଥିଲେ । ଗତ  ୨୦୦୬-୨୦୦୭ ଏବଂ ୨୦୧୨-୨୦୨୦ ଯାଏଁ ଜାପାନର ପ୍ରଧାନମନ୍ତ୍ରୀ ଥିଲେ। ଜାପାନରେ ସବୁଠାରୁ ଅଧିକ ଦିନ ପ୍ରଧାନମନ୍ତ୍ରୀ ଭାବେ ସେ ଦାୟୀତ୍ୱ ତୁଲାଇଛନ୍ତି। ତାଙ୍କ ବିୟୋଗରେ ଜାପାନରେ ଶୋକର ଛାୟା ଖେଲିଯାଇଛି  ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଟ୍ୱୁଟ କରି ଏହି ଆକ୍ରମଣକୁ ନିନ୍ଦା କରିବା ସହ ଗଣତନ୍ତ୍ରରେ ଏଭଳି ହିଂସାର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି। ସେପଟେ ଭାରତରେ ମଧ୍ୟ ସିଞ୍ଜୋଙ୍କ ଉପରେ ହୋଇଥିବା ଆକ୍ରମଣଙ୍କୁ ନେଇ ଶୋକ ପ୍ରକାଶ ପାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ଡ. ମନମୋହନ ସିଂ ଦୁଃଖ ପ୍ରକାଶ କରି ଟ୍ୱିଟ କରି କହିଛନ୍ତି ”ମୋର ବନ୍ଧୁ ପୂର୍ବତନ ପ୍ରଧାନମନ୍ତ୍ରୀ ଆବେଙ୍କ ଉପରେ ହୋଇଥିବା ଆକ୍ରମଣରେ ମୁଁ ଅତ୍ୟନ୍ତ ଚକିତ। ମୋର ପ୍ରାର୍ଥନା ତାଙ୍କ ସହ ଏବଂ ତାଙ୍କ ପରିବାରର୍ଗଙ୍କ ସହ ଅଛି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ କରି ସିଞ୍ଜୋ ଆବେଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ନରେନ୍ଦ୍ର ମୋଦି କହିଛନ୍ତି ଯେ, ମୋର ପ୍ରିୟ ବନ୍ଧୁ ସିଞ୍ଜୋ ଆବେଙ୍କ ଉପରେ ହୋଇଥିବା ଆକ୍ରମଣରେ ଦୁଃଖ ପ୍ରକାଶ କରିଛନ୍ତି ପିଏମ ମୋଦୀ।

  • ଶୁଭଲକ୍ଷ୍ନୀ ସାହୁଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button