ଅପରାଧଜାତୀୟ

ମହିଳା ବିଚାରପତିଙ୍କ ଠାରୁ ଲୁଟ୍

ନୂଆଦିଲ୍ଲୀ: ଦେଶରେ ଅପରାଧିକ ମାମଲା ଏତେ ବଢି ଗଲାଣି ଯେ ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି କୋର୍ଟର ବିଚାରପତିଙ୍କ ଜୀବନ ବି ସଙ୍କଟରେ  । ନିକଟରେ ରାଜଧାନୀ ଦିଲ୍ଲୀରେ ଘଟିଛି ଏପରି ଘଟଣା । ଦୁଇ ଲୁଟେରା ଲୁଟ୍ କରିବା ପାଇଁ ବିଚାରପତିଙ୍କୁ ଟାର୍ଗେଟ କରିଥଲେ ଓ ଲୁଟ୍ ପରେ ଜଜ୍ ଜଣଙ୍କୁ ଧକ୍କା ମାରିବାରୁ ତାଙ୍କର ମୁଣ୍ଡରେ ଆଘାତ ଲାଗିଥିଲା । ତେବେ ବିଚାରପତିଙ୍କ ଅଭିଯୋଗ ପରେ ପୋଲିସ ଦୁଇ ଜଣକୁ ଗିରଫ କରିଛି ।  
ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ରଚନା ତିୱାରୀ ନାମକ ଏହି ମହିଳା ଜଜ ନିଜ ପୁଅ ସହ ଘର ବାହାରେ ରାତି 10ଟାରେ ବୁଲୁଥିଲେ । ହଠାତ ସେଠାରେ ଦୁଇଜଣ ଲୁଟେରା ପହଞ୍ଚି ମହିଳାଙ୍କ ପାଖରେ ଥିବା ବ୍ୟାଗକୁ ଛଡାଇ ନେଇଥିଲେ । ବ୍ୟାଗକୁ ଛଡାଇବା ପରେ ସେମାନେ ମହିଳାଙ୍କୁ ଧକ୍କା ମାରିଥିଲେ, ଫଳରେ ଜଜ ଜଣକ ତଳେ ପଡିଯାଇଥିଲେ ଏବଂ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ବ୍ୟାଗରେ 8 ରୁ 10 ହଜାର ଟଙ୍କା , ଏ ଟି ଏମ କାର୍ଡ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଦଲିଲ ଥିବା ଜଣା ପଡିଛି ।

ଘଟଣା ପରେ ଜଜଙ୍କ ପୁଅ ତାଙ୍କ ବାପାଙ୍କୁ ତୁରନ୍ତ ଖବର ଦେଲେ ଓ ସେମାନେ ମହିଳାଙ୍କୁ ହସ୍ପିଟାଲ କୁ ନେଇ ଯାଇଥିଲେ । ଘଟଣାଟି ବିଚାରପତିଙ୍କୁ ସହ ଜଡିତ ଥିବାରୁ ପୋଲିସ ତୁରନ୍ତ କର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇଜଣକୁ ଗିରଫ କରିଥିଲେ । ଅଭିଯୁକ୍ତକୁ ଧରିବାକୁ ପୋଲିସକୁ ସିସିଟିଭି ଯାଞ୍ଚ କରିଥିଲା। ଦୁଇ ଅଭିଯୁକ୍ତ ହେଉଛନ୍ତି ଦିଲଶାଦ ଓ ରାହୁଲ ।

ଅଭିଯୁକ୍ତ ଦିଲଶାଦ ଜଣେ ପେଶାଦାର ଅପରାଧୀ ଥିଲାବେଳେ ତା ବିରୁଦ୍ଧରେ ଥାନାରେ 10ଟି ମାମଲା ଅଛି ଏବଂ ରାହୁଲର ଏହା ପ୍ରଥମ ଘଟଣା ଥିବା ତଦନ୍ତରୁ ଜଣା ପଡିଛି ।  ପୋଲିସ ସେମାନଙ୍କଠାରୁ ଚୋରି ପାଇଁ ବ୍ୟବହୃତ ବାଇକ, 4 ହଜାର ଟଙ୍କା ଏବଂ ଦୁଇ ଏ ଟି ଏମ କାର୍ଡକୁ ଜବତ କରିଛି । 

Related Articles

Leave a Reply

Your email address will not be published.

Back to top button