
ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ। ମୃତ ଛାତ୍ର ଜଣଙ୍କ ହେଲେ ପାରିକୁଦ ଅଞ୍ଚଳର ଜ୍ୟୋତି ପ୍ରକାଶ ପଲେଇ। ଇନଫୋଭ୍ୟାଲି ଥାନା ଅଧୀନ ଏକ ଘରୋଇ କଲେଜରେ ପଢ଼ୁଥିବା ଜ୍ୟୋତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ ।
ପାରିକୁଦ ଅଞ୍ଚଳର ଜ୍ୟୋତିପ୍ରକାଶ ପଲେଇ ଇନଫୋଭ୍ୟାଲି ଥାନା ଅଧୀନରେ ଏକ ଘରୋଇ କଲେଜରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ର ଥିଲେ ପଢୁଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ଖାଇବା ଲାଗି ଜ୍ୟୋତିଙ୍କ ରୁମରେ ରହୁଥିବା ସାଙ୍ଗ ବାହାରକୁ ଯାଇଥିଲେ। ଏହି ସମୟରେ ଜ୍ୟୋତି ଫ୍ୟାନରେ ରଶି ଲଗେଇ ଝୁଲିଯାଇଥିଲେ।
ତାଙ୍କ ସାଙ୍ଗ ରୁମକୁ ଫେରି ଦେଖିବାକୁ ପାଇଥିଲେ ଜ୍ୟୋତିଙ୍କୁ ଝୁଲନ୍ତା ଅବସ୍ଥାରେ।
ଏହା ଦେଖି ସାଙ୍ଗ ଭୟଭୀତ ହୋଇଯାଇଥିଲେ ଓ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟକୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦିଆଯାଇଥିଲା।
ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇବା ସହ ସାଇଣ୍ଟିଫିକ ଟିମ ଜରିଆରେ ଘଟଣାର ଖୋଳତାଡ ଆରମ୍ଭ କରିଛି ।