ଅପରାଧଓଡ଼ିଶାପୁରୀ

ଯୌତୁକ ନିର୍ଯାତନା ସହିନପାରି ଆତ୍ମହତ୍ୟା

ପୁରୀ: ଯୌତୁକ ନିର୍ଯାତନା ସହିନପାରି ବୋହୂ କଲା  ଆତ୍ମହତ୍ୟା । ପରିବାର ଲୋକେ ଆଣିଲେ ହତ୍ୟାର ଅଭିଯୋଗ । ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ପୁରୀ ଜିଲ୍ଲା ସାଖିଗୋପାଳ ଥାନା ଅଧୀନ ଗୋକେନ୍ ଗ୍ରାମରେ । ମୃତକ ମହିଳା ଜଣକ ହେଲେ ରଶ୍ମିତା ମଲ୍ଲିକ ।

ଅଭିଯୋଗ ଅନୁଯାୟୀ, କୁମାର ପଡାର ରଶ୍ନିତା ଗୋକେନ ଗ୍ରାମର ପ୍ରଶାନ୍ତ ମଲ୍ଲିକକୁ ବୈଦିକ ବିବାହ କରିଥିଲେ। ବିବାହର କିଛିଦିନ ଯାଏଁ ସବୁକିଛି ଠିକ ଥିଲା। କିନ୍ତୁ ସମୟ ଗଡିବା ସହ ରଶ୍ମିତାଙ୍କ ଉପରେ ଆରମ୍ଭ ହୋଇଥିଲା ଶଶୁର ଘର ନିର୍ଯାତନା । ବିବାହରେ କାହିଁକି ଜ୍ୱାଇଁକୁ  ସୁନା ଚେନ ଦେଲେନି ଏକଥାକୁ ନେଇ ବାରମ୍ବାର ବୋହୂକୁ ଶୁଣାଉଥିଲେ ବିଭିନ୍ନ କଥା ।

ଇତି ମଧ୍ୟରେ ରଶ୍ମିତାଙ୍କ ଝିଅଟିଏ ହୋଇଥିଲା । ଝିଅ ହେବା ପରେ ସବୁକିଛି ଠିକ୍ ହେଇଯିବା ଭାବି ରଶ୍ମିତା ଚୁପ ରହିଥିଲେ କିନ୍ତୁ ଏହା ପରେ ମଧ୍ୟ ତାଙ୍କ ନିର୍ଯାତନା କମିନଥିଲା । ଶେଷରେ ନିର୍ଯାତନା ସହିନପାରି ସେ ଦୁଇ ଦିନ ପୂର୍ବରୁ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଏହି କଥା ଜାଣି ଶଶୁର ଘର ଲୋକେ ରଶ୍ମିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରି ରଶ୍ମିତାଙ୍କ ବାପଘରକୁ ଫୋନ ଜରିଆରେ ଜଣାଇଥିଲେ ।

ଡାକ୍ତରଖାନାରେ ରଶ୍ମିତାଙ୍କ ମୃତ୍ୟୁ ଘଟିଥିବା ବେଳେ ଶାଶୁ ଘର ଲୋକେ ରଶ୍ମିତାଙ୍କ ମୃତଦେହ ଛାଡି ସେଠାରୁ ଚାଲିଯାଇଥିବା କଥା ଅଭିଯୋଗରେ ଉଲ୍ଲେଖ କରାଯାଇଛି । ପରେ ମୃତକଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ତାଙ୍କ ଝିଅର ମର ଶରୀର  ନିଜ ଘରକୁ ନେଇଥିଲେ ।

ଏବିଷୟରେ ପରିବାର ଲୋକେ ପିପିଲି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିବା କଥା ଜଣା ପଡିଛି । ତେବେ ରଶ୍ମିତାଙ୍କ ଶଶୁର ଘର ପକ୍ଷରୁ ଏପର୍ଯ୍ୟନ୍ତ କିଛି ପ୍ରତିକ୍ରିୟା ମିଳିନାହିଁ ।

Related Articles

Leave a Reply

Your email address will not be published.

Back to top button