Koraput

ପୋଲ ନିର୍ମାଣ ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଜୟପୁର : ଜୟପୁର ବ୍ଲକ ଅନ୍ତର୍ଗତ କଙ୍ଗା ପଞ୍ଚାୟତର ଧଡ୍ରିଗୁଡା ଗ୍ରାମକୁ ସଂଯୋଗ କରିବା ଲାଗି ପୋଲ ନିର୍ମାଣ କରିବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ । ସମାଜସେବି ବି ହରି ରାଓ ଙ୍କ ନେତୃତ୍ତ୍ୱରେ ଗ୍ରାମବାସୀ ଜୟପୁର ଉପ ଜିଲାପାଳ ଙ୍କ ଦ୍ୱାରସ୍ଥ ହୋଇ ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ଜୟପୁର ବ୍ଲକ ଅନ୍ତର୍ଗତ କଙ୍ଗା ପଞ୍ଚାୟତର ଧଡ୍ରିଗୁଡା ଗ୍ରାମ ଦେଇ ଆର.ଡି ମୁଖ୍ୟ ରାସ୍ତା ନିର୍ମାଣ ଲାଗି ଟେଣ୍ଡର ହୋଇଛି । କିନ୍ତୁ ଉକ୍ତ ଗ୍ରାମକୁ ସଂଯୋଗ ନିମନ୍ତେ ଏକ ନୁତନ ପୋଲର ଆବଶ୍ୟକତା ରହିଛି । ଏହି ପୋଲଟି ନିର୍ମାଣ କରାଗଲେ ବର୍ତ୍ତମାନ ହେବାକୁ ଥିବା ନୁତନ ରାସ୍ତା ସହିତ ସଂଯୋଗ ହୋଇପାରିବ ଏବଂ ଧଡ୍ରିଗୁଡା ଗ୍ରାମବାସୀ ସହିତ ୭ଟି ପଞ୍ଚାୟତର ଜନସାଧାରଣ ଉପକୃତ ହେବେ । ବର୍ତ୍ତମାନ ସେଠାକାର ଲୋକମାନେ କେନାଲ ଉପରେ ରହିଥିବା ୪୦ ବର୍ଷର ପୁରାତନ ପୋଲ ଉପରେ ୟତାୟତ କରିଆସୁଛନ୍ତି । ଉକ୍ତ ପୋଲଟି ଦୁବଳ ଅବସ୍ଥାରେ ଅଛି । କେତେ ବେଳେ ଭୁଷୁଡି ପଡିବ କହି ହେବ ନାହିଁ । ତେଣୁ ପ୍ରଶାସନ ଦାବିକୁ ଗୁରୁତର ସହ ନେଇ ପୋଲ ନିର୍ମାଣ କରିବାକୁ ଦାବି କରାଯାଇଛି । ଏହି ଦାବି ପତ୍ରର ନକଲ ଜିଲାପାଳ କୋରାପୁଟ, ୫ଟି ସଚିବଙ୍କୁ ପ୍ରଦାନ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button