ଚୋରୀ ଅଭିଯୋଗରେ ତିନି ଗିରଫ

Spread the love

ଚମ୍ପୁଆ : ଚମ୍ପୁଆ ଏନ୍‌ଏସି ଅନ୍ତର୍ଗତ ବ୍ଲକ୍ କଲୋନୀରୁ ଗତ ୨୩ ତାରିଖ ରାତିରେ ଦୁଇ ଜଣ ବ୍ଲକ୍ କର୍ମଚାରୀଙ୍କ ସମେତ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ ଚୌଧୁରୀ ଙ୍କ ସରକାରୀ ବାସଭବନରୁ ଚୋରୀ ହୋଇଥଲା । ସପ୍ତାହାନ୍ତ ଛୁଟିରେ ଘରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତମାନେ ଘରେ ପଶି ଲାପଟପ୍‌, ମୋବାଇଲ, ଘଂଟା, ଫ୍ୟାନ, ଟ୍ରଲିବ୍ୟାଗ୍ ସମେତ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ତିନୋଟି ସରକାରୀ କ୍ୱାଟର୍ସ ରୁ ଚୋରି କରିନେଇଥିଲେ । ଏ ନେଇ ଚମ୍ପୁଆ ଥାନାରେ ଅଭିଯୋଗ ହେବା ପରେ ଚମ୍ପୁଆ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ବିଶେଷ ସୂତ୍ରରୁ ଖବର ପାଇ ଚମ୍ପୁଆ ପୋଲିସ ମୂଖ୍ୟ ଆସାମୀ ଚମ୍ପୁଆ ଇକ୍ରାନଗର ନିବାସୀ ସମୀର ଖାନ୍ ଓ ତାର ଦୁଇ ସାଥୀ ଚମ୍ପୁଆ ଅଲିନଗର୍‌ର ଏମଡି ମୋଦ୍ଦାବିର, ଏମଡି ସାହାବାଜକୁ ଗିରଫ କରିଛି । ପଚରା ଉଚରା ବେଳେ ଚୋରି ଜିନିଷ ପୋଡ଼ଶୀ ଝାଡଖଣ୍ଡ ରାଜ୍ୟର ଚାଇଁବସା ରେ ବିକ୍ରୀ କରିଥିବା ନେଇ ଅଭିଯୁକ୍ତମାନେ ପୋଲିସକୁ ସୂଚନା ଦେଇଛନ୍ତି । ଚମ୍ପୁଆ ପୋଲିସ କେସ ନମ୍ୱର ୬୪/୨୩ ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିବା ସହ ତଦନ୍ତ ଜାରୀ ରଖିଛି ।

Leave a Reply

Your email address will not be published. Required fields are marked *