ଅପରାଧ
ଘଟଗାଁ ବିଇଓ ଭିଜିଲାନ୍ସ କବଜାରେ

କେଉଁଝର: କେଉଁଝର ଜିଲ୍ଲା ଘଟଗାଁ ବ୍ଲକ ଏଡଜୁକେସନ ଅଫିସର ବା ବିଇଓଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ କାବୁ କରିଛି ଭିଜିଲାନ୍ସ। ସ୍କୁଲର ସହକାରୀ ଶିକ୍ଷକଙ୍କ ବାକି ଥିବା ଏରିଅର ଅର୍ଥ ରିଲିଜ କରିବାକୁ ସେ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ରେଡ ହ୍ୟାଣ୍ଡେଡ ଧରିଛି ଭିଜିଲାନ୍ସ।
ଘଟଗାଁ ଅଧୀନର କିଛି ସହକାରୀ ଶିକ୍ଷକଙ୍କ ଏରିଅର ଅର୍ଥ ରିଲିଜ କରିବାକୁ ସେ ସେମାନଙ୍କଠାରୁ ୬୦ ହଜାର ଟଙ୍କା ଦାବି କରିଥିଲେ। ଏତେ ଟଙ୍କା ଦେବା ସହକାରୀ ଶିକ୍ଷକଙ୍କ ପାଇଁ ସମ୍ଭବ ନ ହେବାରୁ ୪ଟି କିସ୍ତିରେ ଦେବାକୁ କହିଥିଲେ। ମଙ୍ଗଳବାର ଦିନ ସେ ପ୍ରଥମ କିସ୍ତିର ୧୫ ହଜାର ଟଙ୍କା ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ କାବୁ କରି ନେଇଛି।
ତାଙ୍କୁ ଭିଜିଲାନ୍ସ ଟିମ ପଚରା ଉଚରା କରୁଥିବା ବେଳେ କେଉଁଝର, ଯାଜପୁରର ତିନୋଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ। ଏନେଇ ୨୦୧୮ ପି ଆମେଣ୍ଡମେଣ୍ଟ ଆକ୍ଟରରେ ଏକ ମାମଲା ରୁଜୁ ହୋଇଛି।