ଅପରାଧଜାତୀୟ

ଗୋଷ୍ଠୀ କଳହରୁ ଛୁରାମାଡ

()କଲେଜ ଛାତ୍ରଙ୍କୁ ଛୁରିମାରି ହତ୍ୟା । କଲେଜରେ ଦୁଇ ଛାତ୍ରଗୋଷ୍ଠୀଙ୍କ କଳହରୁ ଜଣେ 18 ବର୍ଷୀୟ ବାଳକକୁ ଛୁରିମାରି ହତ୍ୟା କରାଯାଇଛି । ଘଟଣାଟି ଘଟିଛି ଦିଲ୍ଲୀର କଲକାଜୀ ଏରିଆରେ । ସୋମବାର ଅପରାହ୍ନ 2.30 ବେଳେ ପୋଲିସକୁ ସୂଚନା ମିଳିଥିଲା ଯେ 18 ବର୍ଷର  ମୋହନ ଗୋଷ୍ଠି କଳହରେ ଆହତ ହୋଇ ପୂର୍ଣ୍ଣିମା ମଲଟି ସ୍ପେସିଆଲିଷ୍ଟି ହସ୍ପିଟାଲରେ ଭର୍ତି ହୋଇଥିଲେ । ତାଙ୍କ ଛାତିରେ ଛୁରି ଦ୍ୱାରା ଆଘାତ କରାଯାଇଥିଲା । ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ଏଫଆଇଆର ରେ ଧାରା 302 (ହତ୍ୟା)ରେ ମାମଲା ରୁଜୁ କରାଯାଇଥିଲା ।
ମୋହନ ସରକାରୀ ବାଳକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ର ଥିଲେ । ପୋଲିସକୁ ପ୍ରାଥମିକ ତଦନ୍ତ ରୁ ଜଣାପଡିଛି କି ଘଟଣା ଦିନ ହଂସରାଜ ସେଠ୍ ପାର୍କରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ କୌଣସି କାରଣରୁ ବଚସା ଓ ପରେ ଝଗଡା ହୋଇଥିଲା। ଯେଉଁଥିରେ ମୋହନଙ୍କ ଛାତିରେ ଛୁରାମାଡ କରାଯାଇଥିଲା । ଏବେ ଅପରାଧୀକୁ ଚିହ୍ନଟ କରିବା ପାଇଁ ପୋଲିସ ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Articles

Leave a Reply

Your email address will not be published.

Back to top button