ସ୍ୱାମୀକୁ ଛାତରୁ ଠେଲିଦେଲା ପତ୍ନୀ। ଆଉ ତଳେ ପଡ଼ି ସ୍ୱାମୀର ମୃତ୍ୟୁ ହୋଇଗଲା। ୟୁପିର ସୁଲତାନପୁରରେ ଏଭଳି ଅଘଟଣ ସାମ୍ନାକୁ ଆସିଛି। କୋତଓ୍ୱାଲି ସ୍ଥିତ କାଂଶୀରାମ କଲୋନୀରେ ଏ ଘଟଣାକୁ ନେଇ ସବୁଠି ଚର୍ଚ୍ଚା। ପତ୍ନୀ ପୁଲିସକୁ କହିଛି, ନିଇତି ମଦ ପିଇ ଘରକୁ ଆସି ତାଙ୍କୁ ଗାଳିଗୁଲଜ ସହ ମାଡ଼ ମାରୁଥିଲା ସ୍ୱାମୀ। ସେଥିଲାଗି ଧସ୍ତାଧସ୍ତିରେ ଛାତ ତଳକୁ ଖସିପଡ଼ିଥିଲେ ସ୍ୱାମୀ ଆଉ ତାଙ୍କର ମୃତ୍ୟୁ ହୋଇଗଲା। କିନ୍ତୁ ମୃତକଙ୍କ ମାଆଙ୍କ କହିବା କଥା, ତାଙ୍କ ବୋହୂ ତାଙ୍କ ପୁଅକୁ ଛାତରୁ ଠେଲି ଦେଇ ମାରିଦେଲା। ୩ ବର୍ଷ ହେଲା ବୋହୂ କାହା ସହ ମୋବାଇଲରେ କଥାବାର୍ତ୍ତା କରେ। ସ୍ୱାମୀକୁ ଅନାଏନା। ପ୍ରତିଦିନ ଝଗଡ଼ା କରେ। ଏହା ପୂର୍ବରୁ ଘରୁ ୩ଥର ବୋହୂ ପଳାଇସାରିଥିଲେ। କାଂଶୀରାମ କଲୋନୀ ଅନ୍ତର୍ଗତ ବ୍ଲକନମ୍ୱର ୬୭ରେ ୪୦ ବର୍ଷୀୟ ଦିଲଶାଦ ପରିବାର ସହ ରହୁଥିଲେ। ଶନିବାର ରାତିରେ ଦିଲଶାଦ ନିଜ ପତ୍ନୀ ସନ୍ନୋଙ୍କୁ ଖାଇବାକୁ ମାଗିଥିଲେ। କିନ୍ତୁ ପତ୍ନୀ ଖାଇବାକୁ ଦେବାକୁ ମନା କରିଦେଇଥିଲେ। ଏହାକୁ ନେଇ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା। ଦୀର୍ଘ ସମୟ ଧରି ଦୁହିଁଙ୍କ ଭିତରେ ମାଡପିଟ୍ ବି ହୋଇଥିଲା। ଏହାରି ଭିତରେ ପତ୍ନୀ ତାଙ୍କୁ ଛାତରୁ ଧକ୍କା ଦେଇଥିଲେ। ପୁଲିସ ଶବକୁ ଜବତ କରି ପତ୍ନୀଙ୍କୁ ହେପାଜତକୁ ନେଇସାରିଛି। ୮ ବର୍ଷ ହେଲା ଦାମ୍ପତ୍ୟ ଜୀବନ ଚାଲିଥିଲା। କିନ୍ତୁ ମଦ ଲାଗି ହେଉ ତ କେତେବେଳେ ପତ୍ନୀର ଚରିତ୍ର ସନ୍ଦେହକୁ ନେଇ ନିରନ୍ତର ଝଗଡ଼ା ହେଉଥିଲା। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now