ଦୁର୍ଗାପୁରରେ ଜଣେ ଡାକ୍ତରୀ ଛାତ୍ରୀ ତାଙ୍କ ବନ୍ଧୁଙ୍କ ସହ ଖାଇବା ପାଇଁ ବାହାରକୁ ଯାଇଥିବା ବେଳେ ବଳାତ୍କାରର ଶିକାର ହୋଇଥିଲେ। ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ ସେ ଖାଇବାକୁ ବାହାରକୁ ଯାଇଥିବା ବେଳେ ବାଟରେ ଦୁଇ କିମ୍ବା ତିନି ଜଣ ଯୁବକ ତାଙ୍କୁ ଅଟକାଇ ବଳପୂର୍ବକ ଧରି ବଳାତ୍କାର କରିଥିଲେ। ଏହି ମାମଲାରେ ପୋଲିସ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଦ୍ୱିତୀୟ ବର୍ଷର MBBS ଛାତ୍ରୀ ଜଣକ ଓଡ଼ିଶାର ହୋଇଥିବା ବେଳେ ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜକୁ ଅଧ୍ୟୟନ ପାଇଁ ଯାଇଥିଲେ। ସେ ଜଣେ ବନ୍ଧୁଙ୍କ ସହିତ ଖାଇବା ପାଇଁ ବାହାରକୁ ଯାଇଥିବା ବେଳେ ତାଙ୍କୁ କେତେଜଣ ପୁରୁଷ ଜୋରଜବରଦସ୍ତ ଧରି ଏକ ନିର୍ଜନ ଅଞ୍ଚଳକୁ ନେଇ ଜଣେ ଯୁବକ ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି। ଘଟଣା ପରେ, ପୀଡିତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ବର୍ତ୍ତମାନ ସୁଧୁରୁଛି। ଛାତ୍ରୀଙ୍କ ବନ୍ଧୁ ମଧ୍ୟ ସନ୍ଦେହ ଘେରରେ ଅଛନ୍ତି।
ସୂଚନା ଅନୁଯାୟୀ, ଛାତ୍ରୀଙ୍କ ଗଣବଳାତ୍କାର ମାମଲାରେ ପୋଲିସ ପୂର୍ବରୁ ପାଞ୍ଚ ଜଣଙ୍କୁ ଚିହ୍ନଟ କରିସାରିଛି। ‘ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଗିରଫ କରାଯାଇଛି। ବାକି ଦୁଇଜଣ ଏପର୍ଯ୍ୟନ୍ତ ଫେରାର ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି,’ ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନରେଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ପଶ୍ଚିମବଙ୍ଗ ପୋଲିସ X ରେ ଏକ ବିବୃତ୍ତିରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଛି। ସେମାନେ ଏହି ଘଟଣା ବିଷୟରେ ‘ଅଣପ୍ରମାଣିତ ସୂଚନା’ ଶେୟାର କରିବାରୁ ନିବୃତ୍ତ ରହିବାକୁ ମଧ୍ୟ ଲୋକଙ୍କୁ ଅନୁରୋଧ କରିଛନ୍ତି। ପୋଲିସ କହିଛି, ‘ଦୁର୍ଗାପୁରରେ ଓଡ଼ିଶାର ଜଣେ ଡାକ୍ତରୀ ଛାତ୍ରୀଙ୍କ ଉପରେ ହୋଇଥିବା ଯୌନ ନିର୍ଯାତନା ପାଇଁ ଆମେ ଗଭୀର ଦୁଃଖିତ ଏବଂ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛୁ ଯେ ଦୋଷୀମାନଙ୍କୁ ଛଡାଯିବ ନାହିଁ।’
]
Naxatra News is now on Whatsapp
Join and get latest news update delivered to you via whatsapp
Join Now