ଓଡ଼ିଶା ହେବ ମଦମୁକ୍ତ

Spread the love

ଓଡ଼ିଶା ହେବ ମଦମୁକ୍ତ। କମିବ ନିଶା ବ୍ୟବହାର। ଏଥିପାଇଁ ଅଣ୍ଟା ଭିଡ଼ିଲେଣି ନୂଆ ସରକାର। ଏମିତି ବଡ଼ ବୟାନ ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ନିଶା ଦ୍ୱାରା ସମାଜ କଳୁଷିତ ହେଉଛି। ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି। ଓଡିଶା ସରକାର ମଧ୍ୟ ମଦ ବନ୍ଦ କରିବାକୁ ଚେଷ୍ଟା କରିବେ। 

ନିଶା କାରବାର କମାଯିବ। ଓଡ଼ିଶାକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା କରାଯାଉଛି। ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଇ ପର୍ଯ୍ୟାୟ କ୍ରମେ ଏନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । 

Leave a Reply

Your email address will not be published. Required fields are marked *