କିଟ୍ କେଳେଙ୍କାରୀ- କିଟ୍ ଅଧିକାରୀଙ୍କୁ ଜେରା କରୁଛି ଉଚ୍ଚସ୍ତରୀୟ କମିଟି

କିଟ୍‌ କାଣ୍ଡ ନେଇ ଚାଲିଛି ଖୋଳତାଡ଼। କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଅତିଥି ଭବନରେ ଉଚ୍ଚସ୍ତରୀୟ କମିଟି ଆଗରେ କିଟ୍‌ର ଜଣକ ପରେ ଜଣେ ଅଧିକାରୀ ହାଜର ହୋଇଛନ୍ତି। କିଟ୍ ଇଣ୍ଟରନାଲ କମିଟି ମୁଖ୍ୟ ଇପସିତା ଶତପଥୀ, ସୁରକ୍ଷା ମୁଖ୍ୟ ପି.କେ.ପଟ୍ଟନାୟକ, ସହକାରୀ ନିର୍ଦେଶକ ସ୍ମରିକା ପତି, ସିନିୟର ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟ ସଂହିତା ମିଶ୍ର ଆଦି ୬ଜଣଙ୍କୁ ଜେରା କରିଛି କମିଟି। ଦିନ ୧୧ଟାରୁ ଆରମ୍ଭ ହୋଇଛି ଏହି ଜେରା। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା। ଯଦି ଛାତ୍ରୀଜଣକ ବହୁ ପୂର୍ବରୁ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଜଣାଇଥିଲା। କିଟ୍ କର୍ତ୍ତୃପକ୍ଷ କାହିଁକି କିଛି ନ କରି ଚୁପ୍ ବସିଥିଲେ। ଏମିତି ଅନେକ କଥା ଗୁଡ଼ାଇତୁଡ଼ାଇ କମିଟି ପଚାରିଥିବା ଜଣାପଡିଛି। କାହାର ଅବହେଳା ଲାଗି ଏତେ ବଡ଼ ଅଘଟଣ ଘଟିଲା, ତାକୁ ଟିକିନିଖି ଅନୁଧ୍ୟାନ କରୁଛି କମିଟି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *