କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ଘଟଣା, ଅଭିଯୁକ୍ତ, ଜୋତାରେ ମିଳିଲା ରକ୍ତର ଛିଟା

କୋଲକାତାର ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ମହିଳା ଡାକ୍ତରଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ସଞ୍ଜୟ ରାୟ ଠାରୁ ପୁଲିସକୁ ମିଳିଛି ସୁରାଗ ।  ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୁକ୍ତ ଜଣକ ଅପରାଧ ଘଟାଇବା ପରେ ନିଜ ଘରକୁ ଫେରି କିଛି ଘଣ୍ଟା ଶୋଇଥିଲା । ପରେ ପ୍ରମାଣ ନଷ୍ଟ କରିବା ପାଇଁ ସେ ନିଜ ପୋଷାକ ମଧ୍ୟ  ଧୋଇଥିଲା । ଅଭିଯୁକ୍ତର ଜୋତାରେ ରକ୍ତର ଦାଗ ଲାଗିଥିବା ପୁଲିସ ଜାଣିବାକୁ ପାଇଛି । ଅଭିଯୁକ୍ତ ପୁଲିସ ବିଭାଗର ଜଣେ ସାମାଜିକ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରେ । ସେ  ପେସାଦାର ଭାବେ ହସ୍ପିଟାଲ ସହ ଜଡ଼ିତ ନଥିଲେ ମଧ୍ୟ ସେ ବାରମ୍ବାର ହସ୍ପିଟାଲ ପରିସରକୁ ଆସୁଥିଲା ।ତେବେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ବିରୋଧ କରି ଡାକ୍ତର ଓ ନର୍ସିଂ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *