ଚନ୍ଦକା ମହିଳା ଅପହରଣ ନାଟକରେ ପଡିଲା ପୂର୍ଣ୍ଣଚ୍ଛେଦ

Spread the love

ଚନ୍ଦକା ମହିଳା ଅପହରଣ ନାଟକରେ ପଡିଲା ପୂର୍ଣ୍ଣଚ୍ଛେଦ । ପୋଲିସ କମିଶନର ସଞ୍ଜୀବ ପଣ୍ଡା ପ୍ରେସମିଟ କରି ସୂଚନା ଦେଇଛନ୍ତି।  ଅପହରଣ ନାଟକ ରଚି ଭାଇଠାରୁ ଟଙ୍କା ହଡ଼ପ କରିବାକୁ ଯୋଜନା କରିଥିଲା ଭଉଣୀ ସ୍ମୃତିରେଖା ପାଣି । ଇନଷ୍ଟାଗ୍ରାମରେ ସ୍ମୃତିରେଖା ରାଜସ୍ଥାନର ପ୍ରଦୀପ ଓ ଦେବିଲାଲ ସହ ପ୍ରଥମେ ସାଙ୍ଗ ହୋଇଥିଲେ । ପରେ ସ୍ମୃତିରେଖା ଏବଂ ପ୍ରଦୀପଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।ପରେ ବେଙ୍ଗାଲୁରୁରେ ଥିବା ସ୍ମୃତିଙ୍କ ଭାଇଙ୍କଠାରୁ ଟଙ୍କା ହଡ଼ପ କରିବାକୁ ଯୋଜନା କରିଥିଲେ । ଫୋନ କରି କୋଟିଏ ଟଙ୍କା ଡିମାଣ୍ଡ କରିଥିଲେ । ଘଟଣା ନେଇ ଏତଲା ପରେ କମିଶନରେଟ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିଲା । ପ୍ରଥମେ ଚାରିଛକ ଅଭିମୁଖେ ଯାଇଥିଲେ ୩ ଜଣ ଅଭିଯୁକ୍ତ । ପରବର୍ତ୍ତୀ ସମୟରେ ନୟାଗଡ଼ ଆସିଥିଲେ ଅଭିଯୁକ୍ତ । ଚେକିଂ ବେଳେ ପୋଲିସକୁ ଧକ୍କା ଦେଇ ଖସିବାକୁ ଉଦ୍ୟମ କରିଥିଲେ । ନୟାଗଡ଼ରେ ତିନି ଜଣଙ୍କୁ କାବୁ କରିଥିଲା ସ୍ପେଶାଲ ସ୍କ୍ୱାର୍ଡ । ପରେ ନିଜ ମୁହଁରେ ନିଜ ଦୋଷ ସ୍ଵୀକାର କରିଥିଲେ ଅଭିଯୁକ୍ତ ।

Leave a Reply

Your email address will not be published. Required fields are marked *