ଜଙ୍ଗଲରୁ ମିଳିଥିବା ହାଡ ଶ୍ରଦ୍ଧାଙ୍କର ଥିଲା: ଡିଏନଏ ରିପୋର୍ଟ

Spread the love

ନୂଆଦିଲ୍ଲୀ: ମେହରୋଲି ଓ ଗୁରୁଗ୍ରାମର ଜଙ୍ଗଲରୁ ଉଦ୍ଧାର ହୋଇଥିବା ହାଡର ଡିଏନଏ ନମୁନାରୁ ସେହି ହାଡ ଶ୍ରଦ୍ଧା ୱାକରଙ୍କର ଥିବା ସ୍ପଷ୍ଟ ହୋଇଛନ୍ତି ହାଡ ଡିଏନଏ ଶ୍ରଦ୍ଧାଙ୍କ ବାପାଙ୍କ ଡିଏନଏ ସହ ମେଳ ଖାଇଥିବା ଗୁରୁବାର ବିଶେଷ ସୂତ୍ରରୁ ଜଣାପଡିଛି। ଏହି ଜଘଣ୍ୟ ହତ୍ୟା ମାମଲାର ତଦନ୍ତ ବରିଷ୍ଠ ଅଫିସରଙ୍କ ଦ୍ବାରା କରାଯାଉଛି। ଶ୍ରଦ୍ଧା ୱାକରଙ୍କୁ ତାଙ୍କ ଲିଭଇନ ପାର୍ଟନର ଆଫତାବ ଫୁନାୱାଲା ହତ୍ୟା କରିବା ସହ ତାଙ୍କ ଶରୀରକୁ ୩୫ ଖଣ୍ଡରେ କାଟି ନୂଆ ଦିଲ୍ଲୀର ବିଭିନ୍ନ ଜଙ୍ଗଲରେ ପିଙ୍ଗି ଦେଇଥିଲା।

ଆଫତାବ ରହୁଥିବା ସାଉଥ ଦିଲ୍ଲୀର ଛତରପୁର ଅଞ୍ଚଳ ଘରୁ ମିଳିଥିବା ରକ୍ତ ନମୁନା ଓ ଜଙ୍ଗଲରୁ ମିଳିଥିବା ହାଡ ଶ୍ରଦ୍ଧାର ଥିଲା କି ନାହିଁ ତାହାକୁ ନେଇ ପୁଲିସ ଦ୍ବନ୍ଦ୍ବରେ ରହିଥିବା ବେଳେ ସେଣ୍ଟ୍ରାଲ ସାଇଣ୍ଟିଫିକ ଫରେନ୍ସିକ ଲାବେରୋଟୋରୀର  ଡିଏନଏ ରିପୋର୍ଟ ଏବେ ଏହାକୁ ସ୍ପଷ୍ଟ କରି ଦେଇଛି। ଏହାକୁ ନେଇ ଦିଲ୍ଲୀ ପୁଲିସ ମିଡିଆକୁ ଖୁବ ଶୀଘ୍ର ସୂଚନା ଦେବା ନେଇ ସୂଚନା ରହିଛି।

ତେବେ ଏହି ମାମଲାରେ ଆଫତାବକୁ ପୁଲିସ ଗିରଫ କରିଛି। ପୁଲିସ ଆଫତାବକୁ ଜେରା କରିବା ପରେ ସେ ମାନିଥିଲା କି, ସେ ତାର ଲିଭ ଇନ ପାର୍ଟନର ଶ୍ରଦ୍ଧାକୁ ରାଗରେ ହତ୍ୟା କରିବା ସହ ତାର ଶରୀରକୁ ୩୫ ଖଣ୍ଡ କରି ଦେଇଥିଲା।  ସେହିସବୁ ଖଣ୍ଡକୁ ସେ ରାତିରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ନେଇ ପକାଇଥିଲା।  ପୁଲିସ ତାକୁ ଗିରଫ କରି ତିହାର ଜେଲ ବନ୍ଦୀ ରହିଥିବା ବେଳେ ଡିସେମ୍ବର ୯ ତାରିଖରେ ତାକୁ କୋର୍ଟରେ ହାଜର କରାଯାଇଥିଲା ଓ ପୁଲିସ ତାକୁ ୧୪ ଦିନିଆ ନ୍ୟାୟିକ ହଜାତକୁ ପଠାଇ ଦେଇଥିଲେ।

Leave a Reply

Your email address will not be published. Required fields are marked *