ଜୁଲାଇ ୧୮ ଯାଏ ଇଡି କଷ୍ଟଡିକୁ ଗଲେ ପୂର୍ବତନ ମନ୍ତ୍ରୀ

୮୮ କୋଟି ଟଙ୍କାର ଘୋଟାଲାରେ ଗିରଫ ହୋଇଥିବା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ବି. ନଗେନ୍ଦ୍ରଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା ଇଡି। ନଗେନ୍ଦ୍ର ବଲ୍ଲାରୀ ଗ୍ରାମୀଣ ଆସନରୁ କଂଗ୍ରେସରୁ ବିଧାୟକ ଅଛନ୍ତି। ଶୁକ୍ରବାର ଦୀର୍ଘ ସମୟ ଧରି ଜେରା ପରେ ବିଳମ୍ୱିତ ରାତିରେ ନଗେନ୍ଦ୍ରଙ୍କୁ ଗିରଫ କରିଥିଲା ଇଡି। କର୍ଣ୍ଣାଟକ ମହର୍ଷି ବାଲ୍ମିକୀ ଅନୁସୂଚିତ ଜନଜାତି ବିକାଶ ନିଗମରେ ହୋଇଥିବା ଘୋଟାଲାରେ ସଂପୃକ୍ତି ଥିବାର ପ୍ରମାଣ ପାଇଛି ଇଡି। ୧୦ରୁ ୧୨ ଜୁଲାଇ ଯାଏ ନଗେନ୍ଦ୍ରଙ୍କ ଅନେକ ଠିକଣାରେ ଚଢ଼ାଉ କରିଥିଲା ଇଡି। ୧୨ ତାରିଖ ସକାଳେ ବେଙ୍ଗାଲୁରୁର ଶାନ୍ତିନଗର ଇଡି ଅଫିସରେ ଜେରା କରିଥିଲା ଇଡି। ୮୮ କୋଟି ଟଙ୍କାର ଗଡ଼ବଡ଼ି ସେତେବେଳେ ସାମ୍ନାକୁ ଆସିଥିଲା। ଯେତେବେଳେ ନିଗମର ଜଣେ କର୍ମଚାରୀ ଏନ.ଚନ୍ଦ୍ରଶେଖରନ ପାଣ୍ଠି ହେରଫେର ନେଇ ସୂଚନା ଦେବା ପରେ ମେ ୨୬ରେ ଆତ୍ମହତ୍ୟା କରିଦେଇଥିଲେ। ସୁଇସାଇଡ୍ ନୋଟରେ ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ହିଁ ଦୋଷୀ ଓ ଦାୟୀ ବୋଲି ଲେଖିଥିଲେ। ସେତେବେଳେ ନଗେନ୍ଦ୍ର ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ଥିଲେ। ନିଗମ ଦାୟିତ୍ୱ ବି ତାଙ୍କ ଅଧୀନରେ ଥିଲା। ଏହି ଦୁର୍ନୀତି ପଦାକୁ ଆସିବା ପରେ ଜୁନ୍ ୬ରେ ଇସ୍ତଫା ଦେଇଥିଲେ ନଗେନ୍ଦ୍ର। ଏହି ଦୁର୍ନୀତିର ତଦନ୍ତ ଏସଆଇଟି, ସିବିଆଇ ଓ ଇଡି କରୁଛି। ଏସଆଇଟି ୧୧ ଲୋକଙ୍କୁ ଗିରଫ କରି ୧୪.୫ କୋଟି ଟଙ୍କା ଜବତ କରିଛି। ନଗେନ୍ଦ୍ରଙ୍କ ଗିରଫଦାରି ପରେ ଏବେ ଗିରଫଦାରିର ଖଣ୍ଡା ବୁଲୁଛି ଅନ୍ୟତମ ବିଧାୟକ ତଥା ନିଗମ ଅଧ୍ୟକ୍ଷ ଥିବା ବସନଗୌଡ଼ା ଦଦ୍ଦାଲଙ୍କ ଉପରେ। ରାୟଚୂର ଗ୍ରାମୀଣ ଆସନର ବିଧାୟକ ବସନଗୌଡ଼ାଙ୍କୁ ବି ଇଡି ଆଗରୁ ଜେରା କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *