ଜେଲରେ ବିତିଲାଣି ୧୪ଶହ ଦିନ!

 ଜେଲରେ ୪ ବର୍ଷ କଟିଲାଣି। କିନ୍ତୁ ମୁକୁଳିପାରୁନାହାନ୍ତି ଉମର ଖାଲିଦ୍। ବିନା ଟ୍ରାଏଲରେ ଜେଲରେ ବନ୍ଦୀ ଅଛନ୍ତି ଉମର ଖାଲିଦ। ଆଜିକୁ ଜେଲରେ ରହିବାର ୧୪ଶହ ଦିନ ପୁରିଲା। ଦିଲ୍ଲୀ ହିଂସା ଘଟଣାରେ ଜେଲରେ ଥିବା ଛାତ୍ର ନେତା ଉମର ଖାଲିଦଙ୍କ ଜାମିନ ବାରମ୍ୱାର ଖାରଜ ହୋଇଛି। ୨୦୨୦ରେ ଦିଲ୍ଲୀ ଦଙ୍ଗା ପଛରେ ବଡ଼ ଷଡ଼ଯନ୍ତ୍ର କରିଥିବା ଓ ବେଆଇନ ଗତିବିଧିରେ ସାମିଲ ଲାଗି ଉମରଙ୍କୁ ୟୁଏପିଏ ଆଧାରରେ ଗିରଫ କରାଯାଇଥିଲା। ଜେଲରେ ବନ୍ଦୀ ଥିବା ସତ୍ତ୍ୱେ ଖାଲିଦ୍ ସୋସିଆଲ ମିଡ଼ିଆ ଜରିଆରେ ନିଜର ସପକ୍ଷରେ ମିଛ ନେଟଓ୍ୱର୍କ ପ୍ରସ୍ତୁତ କରୁଥିବା ଦିଲ୍ଲୀ ପୁଲିସ କହୁଛି। ଜାମିନକୁ ବିରୋଧ କରି ଏଭଳି ଯୁକ୍ତି ଦର୍ଶାଇଥିଲା ପୁଲିସ। ଡିସେମ୍ୱର ୧୨, ୨୦୨୨ରେ ଦିଲ୍ଲୀ କୋର୍ଟ ଥରେ ଖାଲିଦଙ୍କୁ ସାମୟିକ ଜାମିନ ଦେଇଥିଲେ। ଭଉଣୀ ବାହାଘର ପାଇଁ ଡିସେମ୍ୱର ୨୩ରୁ ଡିସେମ୍ୱର ୩୦ ଯାଏ ଜାମିନରେ ମୁକୁଳିଥିଲେ ଖାଲିଦ୍।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *