ତ୍ରୀକୋଣୀୟ ପ୍ରେମରୁ ବିଭତ୍ସ ହତ୍ୟାକାଣ୍ଡ

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ତୁନମୁରା ପଞ୍ଚାୟତ କାଶୀପଡାରେ ଡବଲ ମର୍ଡର। ତ୍ରିକୋଣୀୟ ପ୍ରେମରୁ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି।ଡ୍ରାଇଭରର ଛୁରାମାଡ଼ରେ ଯୁବକ ଓ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ରୁମାବାହାଲ ଗ୍ରାମର ପ୍ରତାପ ଲାକ୍ରା (୨୬)ଏବଂ ଯୁବତୀ  କୁତ୍ରା ଥାନା ତୁନମୁରା ପଞ୍ଚାୟତର କାଶୀପଡା ଗ୍ରାମର ଲିପ୍ସା କେର୍କେଟା (୨୪)। ଗତକାଲି ରାତ୍ରିରେ ଏହି ଘଟଣା ଘଟିଛି। ଉଭୟେ ପ୍ରେମିକ-ପ୍ରେମିକା ବୋଲି କୁହାଯାଉଛି।ଘଟଣା ପରେ ହତ୍ୟାକାଣ୍ଡ ଭିଆଇ ଥିବା ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। କୁତ୍ରା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଡ୍ରାଇଭର ଜଣକ ରାଜଗାଙ୍ଗପୁର ଜଅରୁମାଲ ଅଞ୍ଚଳର ରାଜୁ ନାଗ ବୋଲି ସୂଚନା ମିଳିଛି।

ମୃତ ଯୁବତୀର ମାଙ୍କ କହିବା ଅନୁଯାୟୀ ତାଙ୍କ ଘରର କାର ଚାଳକ ରାଜୁ ନାଗ ଓ ତାଙ୍କ ଝିଅ ଲିପ୍ସାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କିଛି ଦିନ ପ୍ରେମିକ ରାଜୁ ଲିପ୍ସାଙ୍କୁ ମାନସିକ ଯନ୍ତ୍ରଣା ଦେଉଥିଲା। ଯାହାଫଳରେ ଏମବିଏ ପରୀକ୍ଷା ଦେଉଥିବା ଲିପ୍ସାଙ୍କ ପାଠପଢାରେ ବାଧା ଉପୁଜିଥିଲା।
ଗତକାଲି ଅଭିଯୁକ୍ତ ରାଜୁ ସନ୍ଧ୍ୟାରେ ଲିପ୍ସାଙ୍କ ଘରଲୋକଙ୍କୁ ଫୋନ କରି ଆସୁଛି ବୋଲି କହିଥିଲା। ପ୍ରାୟ ରାତ୍ରି ପ୍ରାୟ ୧୦ ଟା ସମୟରେ ରାଜୁ ଲିପ୍ସାଙ୍କ ଘରେ ପହଞ୍ଚିଥିଲେ।ସେଠାରେ ପରିବାର ଲୋକଙ୍କୁ ଲିପ୍ସାକୁ ମୁଁ ନେବାକୁ ଆସିଛି ବୋଲି କହିଥିଲେ । ଏଥିରେ ଲିପ୍ସାଙ୍କ ମା ଏବଂ ବାପା ଏତେ ରାତ୍ରିରେ ଝିଅକୁ ପଠାଇବା ପାଇଁ ମନା କରିଥିଲେ। ଏହାକୁ ନେଇ ରାଜୁ ଉତକ୍ଷିପ୍ତ ହୋଇ ଝିଅ ସଙ୍ଗେ ଏକୁଟିଆ କଥା ହେବ କହି ତାଙ୍କ ରୁମରେ ପଶିଥିଲେ। ସେଠାରେ ରାଜୁ ଲିପ୍ସାଙ୍କ ବଚସା ହୋଇଥିଲା ଏହାପରେ ରାଜୁ ଲିପ୍ସାଙ୍କୁ ପ୍ରଥମେ ହାତରେ ଏବଂ ପରେ ଧାରୁଆ ଛୁରି ଆକ୍ରମଣ କରିଥିଲେ।

ଏହା ଦେଖି ଲିପ୍ସାଙ୍କ ବାପ ମା ବିରୋଧ କରିଥିଲେ। ରାଜୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଏକ କୋଠରୀରେ ବନ୍ଦ କରିଦେଇଥିଲେ।ଏହି ସମୟରେ ଲିପ୍ସାଙ୍କୁ ବଞ୍ଚାଇବାକୁ ଆସିଥିବା ତାଙ୍କ ସହପାଠୀ ପ୍ରତାପ ଲାକ୍ରା ରାଜୁଙ୍କ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କୁ ରାଜୁ ଗୋଡ଼ାଇ ଗୋଡ଼ାଇ ଛୁରିରେ ବାରମ୍ବାର ଆକ୍ରମଣ କରିଥିଲେ। ଘଟଣା ଘଟାଇବା ପରେ ଅଭିଯୁକ୍ତ ରାଜୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।
ଘଟଣା ପରେ ପଡ଼ୋଶୀ ପହଞ୍ଚି ଉଭୟ ଲିପ୍ସା ଏବଂ ପ୍ରତାପକୁ କାର ଯୋଗେ କୁତ୍ରା ସିଏଚସି କୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ଲିପ୍ସାଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ପ୍ରତାପଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରିବା ବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ଘଟିଥିଲା । କୁତ୍ରା ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଘଟଣା ନେଇ ତାଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *