ଦାଦାବଟିକୁ କେନ୍ଦ୍ର କରି ଗୁଣ୍ଡାରାଜ

Spread the love

ଦାଦାବଟିକୁ କେନ୍ଦ୍ର କରି ଗୁଣ୍ଡାରାଜ । ଅସମାଜିକ ଯୁବକମାନେ ଠିକାଦାରକୁ କାମ ବନ୍ଦ କରିବାକୁ ଧମକ ଦେବା ସହ କ୍ୟାମ୍ପରେ ଭଙ୍ଗାରୁଜା କରି କାମ କରୁଥିବା ଶ୍ରମିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ କଣ୍ଟି ଅଞ୍ଚଳର ଜନୈକ ଠିକାଦାର ଡେଲାଙ୍ଗ ବ୍ଲକ ଗୋଡିପୁଟ ମାଟିଆପଡା ପଂଚାୟତ ଅରାଗଡ଼ରେ ପ୍ରାୟ ୭୦ଲକ୍ଷ ଟଙ୍କାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରୁଥିବା ବେଳେ, କାମବନ୍ଦ କରିବା ଓ ଦାଦା ବଟି ମାଗିବା ଅଭିଯୋଗରେ କିଛି ଅସମାଜିକ ଯୁବକ ମାନେ ଠିକା ସଂସ୍ଥାର ଶ୍ରମିକମାନଙ୍କୁ ମାଡ଼ ମାରିବା ସହିତ  କ୍ୟାମ୍ପରେ ଭଙ୍ଗାରୁଜା କରିବା ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।

Leave a Reply

Your email address will not be published. Required fields are marked *