ପରିବାରର ୩ ଜଣଙ୍କୁ ହତ୍ୟା କଲା ନାବାଳକ

Spread the love

ଦୁଇ ଦିନରେ ୩ ଜଣଙ୍କୁ ହତ୍ୟା। ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ । ଭଦ୍ରକ ଜିଲ୍ଲାରେ ଗତକାଲି ମାକୁ ଦୁଷ୍କର୍ମ ପରେ ଝିଅକୁ ପଥରରେ ଚେଛି ହତ୍ୟା ଘଟଣାରେ । ପୁଣି ମିଳିଲା ଅଭିଯୁକ୍ତ ନାବାଳକଙ୍କ ଆଇଙ୍କ ମୃତଦେହ । ସମାନ ଭାବେ ବେକକୁ ଶାଢ଼ୀ ରେ ଘୋଡାଇ ହତ୍ୟା କରାଯାଇଛି ।  ରାଇମଣି ଛକ ନିକଟ ଏକ ବୁଦା ରୁ ମିଳିଲା ଆଇ ସୁକାନ୍ତି ମୁଣ୍ଡା ଙ୍କ ମୃତଦେହ । ସୂଚନାଯୋଗ୍ୟ ଯେ  ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାଇମଣି ଛକ ନିକଟ ରେ ଘଟିଛି ଅଘଟଣ । ଜଳଙ୍ଗା ଅଞ୍ଚଳ ର ସୁକାନ୍ତି ମୁଣ୍ଡା, ସ୍ୱାମୀ ରାଜୁ ମୁଣ୍ଡା ଓ 6 ବର୍ଷୀୟ ଝିଅ ରାଇମଣି ନିକଟ ରେ ରହି ଦିନ ମଜୁରିଆ କାମ କରୁଥିଲେ । ଗତକାଲି ସଖାଲୁ ମା ଓ ଝିଅ ମେଡିକାଲ ଯାଇଥିଲେ । ପରେ ସ୍ଥାନୀୟ ଲୋକେ ମା ସୁକାନ୍ତି ମୁଣ୍ଡା ର  ମୃତଦେହ ଦେଖିଥିଲେ । ସେହି ସ୍ଥାନରୁ ନାବାଳକ କୁ ଦେଖି ସନ୍ଦେହ ହେବାରୁ ଲୋକେ ପୋଲିସ କୁ ଖବର ଦେଇଥିଲେ । ତେବେ କିଛି ସମୟ ପରେ ମୃତ ମହିଳା ଙ୍କ 6 ବର୍ଷୀୟ ଝିଅ ର ମୃତଦେହ ଘଟଣାସ୍ଥଳ ରୁ ଏକ କିଲୋମିଟର ଦୂର ରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥା ରେ ମିଳିଥିଲା । ତେବେ ସ୍ଥାନୀୟ ଲୋକେ ନାବାଳକ କୁ ଗୋଡେଇ ଗୋଡ଼ାଇ ଧରି ପୋଲିସ କୁ ଦେଇଥିଲେ । ତେବେ ମୃତକ ଙ୍କ ସ୍ୱାମୀ ଙ୍କ ଅଭିଯୋଗ ଅନୁଯାୟୀ ନାବାଳକ ଜଣକ ମହିଳା ଙ୍କୁ ଦୁଷ୍କର୍ମ କରିଥିବେ ଓ ଝିଅ ଦେଖିଦେବାରୁ ଝିଅ କୁ ପଥର ରେ ଚେଛି ହତ୍ୟା କରାଯାଇଥିବା କହିଥିଲେ । ତେବେ ଘଟଣା କୁ ଗ୍ରାମାଞ୍ଚଳ ଥାନାଧିକାରୀ ଘଟଣାସ୍ଥଳ ରେ ପହଞ୍ଚିଥିଲେ । କିନ୍ତୁ ଆଜି ସକାଳରୁ ହତ୍ୟାକାଣ୍ଡ ସ୍ଥଳ ରୁ କିଛି ଦୂର ଏକ ବୁଦା ରୁ ଦୁର୍ଗନ୍ଧ ଆସୁଥିବା ଜାଣି ଲୋକେ ସେଠାକୁ ଯିବାରୁ ସେଠାରୁ ପୁଣି ଏକ ମୃତଦେହ ପଡିଥିବା ଦେଖିଥିଲେ । ମୃତକ ଅଭିଯୁକ୍ତ ନାବାଳକ ଙ୍କ ଆଇ ସୁମତି ମୁଣ୍ଡା ଙ୍କର ବୋଲି ଜଣା ପଡିଛି । ମୃତ ସୁମତି ଙ୍କ ବେକ କୁ ଶାଢ଼ୀ ରେ ଗୁଡାଇ ହତ୍ୟା କରାଯାଇଥିବା ବେଳେ ଶରୀରରେ କ୍ଷତ ଦାଗ ରହିଛି ଓ ବ୍ୟାଗ ମଧ୍ୟ ପଡିଛି । ସ୍ଥାନୀୟ ଲୋକ ଙ୍କ କହିବା ଅନୁଯାୟୀ ନାବାଳକ ଙ୍କ ସହ ଆଇ ଙ୍କୁ ଲୋକେ ଦୁଇ ଦିନ ପୂର୍ବରୁ ଦେଖିଥିଲେ ।

Leave a Reply

Your email address will not be published. Required fields are marked *