ପାରିବାରିକ କଳହରୁ  ବିଷ ପିଇବା ସହ ନିଜ ବେକ କାଟିଲେ ଯୁବକ

Spread the love

ପାରିବାରିକ କଳହରୁ  ବିଷ ପିଇବା ସହ  ଧାରୁଆ ଅସ୍ତ୍ରରେ ନିଜ ବେକ କାଟିଲେ ଯୁବକ । ସୁଚନାନୁଯାୟୀ , ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଉତ୍ତରପଡା ଗ୍ରାମର ରଞ୍ଜନ ରାଉଳ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ସକାଳୁ ପାରିବାରିକ କଳହ ଉପୁଜି ଥିଲା । ଏନେଇ ଗ୍ରାମର କିଛି ଭଦ୍ର ବ୍ୟକ୍ତି ସ୍ଵାମୀ ସ୍ତ୍ରୀ ମଧ୍ୟରେ ଉପୁଜିଥିବା କଳହ ସମାଧାନ ପାଇଁ ବସିଥିବାବେଳେ ରଞ୍ଜନ ଉତକ୍ଷିପ୍ତ ହୋଇ ଘର ଭିତରକୁ ପଶିଯାଇ ଘରେ ଥିବା ବିଷ ପିଇବା ସହିତ ଏକ ଧାରୁଆ ଅସ୍ତ୍ରରେ ନିଜ ବେକକୁ କାଟି ଦେଇଥିଲେ । ରକ୍ତଜୁଡୁବୁଡୁ ଅବସ୍ଥାରେ ରଞ୍ଜନକୁ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ନେଇ ଆସିଥିଲେ ପରିବାର ଓ ସ୍ଥାନିୟ ଲୋକ । କିନ୍ତୁ ରଞ୍ଜନଙ୍କ ଅବସ୍ଥା ଗୁରୁତ୍ୱର ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *