ପୁଅ ସାଜିଲା ପିସାଚ , ବାପା ମାଆଙ୍କୁ ମାରି ପୋତି ଦେଲା ପୁଅ

Spread the love

ପାରିବାରିକ କଳହକୁ ନେଇ ମଦୁଆ ପୁଅ ସାଜିଲା ବାପର ହତ୍ୟାକାରୀ । ଏବେବି ମାଆ ନିଖୋଜ । ସିମୁଳିଆ ଥାନା ଗରସଙ୍ଗ ଗାଁରେ ୪ଦିନ ଧରି ନିଖୋଜ ଥିବା ବାପା ରମାକାନ୍ତ ବେହେରା,ମାଆ ଚମ୍ପା ବେହେରାଙ୍କ ନିଖୋଜ ଘଟଣାକୁ ନେଇ ଝିଅ ମମତା ମଲ୍ଲିକ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ ଏବଂ ଭାଇ ରମେଶ ବାପା ମାଙ୍କୁ ମାରିଦେଇ ପୋତିଦେଇଥିବା ଅଭିଯୋଗ କରିଥିଲେ। ମମତାଙ୍କ ଅଭିଯୋଗ କ୍ରମେ ସିମୁଳିଆ ପୋଲିସ ତଦନ୍ତ ଆରମ୍ଭ କରିଥିବା ସହିତ ରମେଶଙ୍କ ଘର ପଛପଟେ ଏକ ବିଲରେ ପୋତିଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଖଇରା ଅତିରିକ୍ତ ତହସିଲଦା,ବାଲେଶ୍ୱର ସାଇନ୍ଟଫିକ ଟିମ ପହଞ୍ଚି ଉକ୍ତ ସ୍ଥାନକୁ ଖୋଳି ରାମାକାନ୍ତଙ୍କ ମୃତ ଦେହ ଠାବ ହୋଇଥିବା ବେଳେ ମା ଏବେବି ନିଖୋଜ ଅଛନ୍ତି।

Leave a Reply

Your email address will not be published. Required fields are marked *