ବାରିପଦାରେ ସ୍ବାଭାବିକ ହେଲା ବସ୍ ଚଳାଚଳ

Spread the love

ବାରିପଦା ବସ ମଳିକସଙ୍ଘ ଘଟଣାର ବାହାରିଲା ନିଷ୍କର୍ଷ । ମୟୁରଭଞ୍ଜ ଏସପିଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବସ ମାଲିକ ସଂଘ ପ୍ରଶାସନ ଏବଂ ପୋଲିସ ପ୍ରଶାସନ ମଧ୍ୟରେ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ରାତିରେ ବାରିପଦା ବସ ଷ୍ଟାଣ୍ଡ ରେ ଦୁଇ ବସ ମାଲିକ ଗୋଷ୍ଠୀ ମଧ୍ୟରେ ବଡ ଧରଣର ଗଣ୍ଡଗୋଳ ଘଟିଥିଲା । କିଛି ଦୁର୍ବୁତ୍ତ ଖଣ୍ଡା ତରଵାଲ ଧରି ମାଡ଼ ଗଣ୍ଡଗୋଳ ହୋଇଥିବାବେଳେ , ବସ ମାଲିକ ସଂଘ ପକ୍ଷରୁ ୫ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାରେ ଅନ୍ୟମାନଙ୍କୁ ମିଶାଇ ମୋଟ ୧୦ ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇ ବାରିପଦା ମେଡିକାଲ କଲେଜ ରେ ଭର୍ତି ହୋଇଥିଲେ । ଏହାପରେ ବସ ମାଲିକ ସଂଘ ବସ ଚଳାଚଳ ବନ୍ଦ କରିବା ନିଷ୍ପତି ଫଳେ ବାରିପଦାରେ ବସ ଚଳାଚଳ ସମ୍ପୂର୍ଣ ଭାବେ ଠପ ପଡିଥିଲା । ଆଜି ମୟୁରଭଞ୍ଜ ଏସପିଙ୍କ ବୈଠକ ପରେ ସନ୍ଧ୍ୟା ୭ ଟା ଠାରୁ ବସ ଚଳାଚଳ ସ୍ବାଭାବିକ ହେବ ବୋଲି ନିଷ୍କର୍ଷ ବହାରିଥିବାର ଏସପି ସୂଚନା ଦେଇଛନ୍ତି । ମାଡ଼ ଗଣ୍ଡଗୋଳ ଘଟଣାରେ ବସ ମାଲିକ ସଂଘ ପକ୍ଷରୁ ୪ ଜଣ ବସ ମାଲିକ ଏବଂ ଅନ୍ୟ ୬ ଜଣଙ୍କୁ ମିଶାଇ ମୋଟ ୧୦ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *