ବିବାଦକୁ ଆସିବା ପରେ ମହାନଗରପାଳିକାର ଆକ୍ସନ ; ପୂଜା ଖେଡଗରଙ୍କ ଘର ଭାଙ୍ଗିଲା ବୁଲଡୋଜର

ଟ୍ରେନି ଆଇଏଏସ୍ ପୂଜା ଖେଡଗରଙ୍କ ସମସ୍ୟା ବଢିବାରେ ଲାଗିଛି । ଜାତିଭିତ୍ତିକ ପ୍ରମାଣପତ୍ରକୁ ନେଇ ତାଙ୍କ ବିରୋଧରେ ବିବାଦ ଘନାଉଥିବାବେଳେ ଏପଟେ ତାଙ୍କ ଘର ଭାଙ୍ଗିଲାଣି ବୁଲଡୋଜର । ପୁଣେ ସ୍ଥିତ ତାଙ୍କ ଘର ପାଖରୁ ଜବରଦଖଲ ଉଚ୍ଛେଦ କରିଛି ମହାନଗରପାଳିକା । ବିବାଦୀୟ  ପୂଜାଙ୍କର ପୁଣେରେ ଘର ଥିବାବେଳେ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ଲୋକଙ୍କ ଯିବା ଆସିବା ବାଟକୁ ଜବରଦଖଲ କରିଥିଲେ । ଏହି ସ୍ଥାନରେ ଗଛ ଲଗାଇଥିଲେ ଏବଂ କିଛି ନିର୍ମାଣକାର୍ଯ୍ୟ ମଧ୍ୟ କରିଥିଲେ । ପୂଜା ବିବାଦକୁ ଆସିବା ପରେ ପୁଣେ ମହାନଗରପାଳିକା ଏ ବାବଦରେ ଖୋଳତାଡ କରି ଜବରଦଖଲକୁ ଉଚ୍ଛେଦ କରିବାକୁ ବୁଲଡୋଜର ଚଢାଇଛି ।

ଏହା ମଧ୍ୟରେ ପୂଜା ଦାଖଲ କରି ଥିବା ଦିବ୍ୟାଙ୍ଗ ସାର୍ଟିଫିକେଟ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଜଣାପଡିଛି , ପୂଜା ଯେଉଁ ଦିବ୍ୟାଙ୍ଗ ପ୍ରମାଣପତ୍ର ଦାଖଲ କରିଥିଲେ ସେଥିରେ ନିଜର ଠିକଣା ବଦଳାଇଥିଲେ । ସେଠାରେ କୌଣସି ଘର ନାହିଁ  ବରଂ ଏକ ଫ୍ୟାକ୍ଟ୍ରି ରହିଛି । କେବଳ ଏତିକି ନୁହେଁ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ଆଧାରକାର୍ଡ ରହିବା ଜରୁରୀ ଥିବାବେଳେ ପୂଜା ଆଧାରକାର୍ଡ ବଦଳରେ  ରାସନ କାର୍ଡ ଦାଖଲ କରିଥିଲେ । ଏହାସହ ସେ ନିଜର ବାର୍ଷିକ ଆୟ ମଧ୍ୟ ଭୁଲ ଦର୍ଶାଇଥିବା ଅଭିଯୋଗ ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *