ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ କୁ ବଡ଼ ସଫଳତା ; ୪ ଗିରଫ, ୪୧୬ କେଜି ଗଞ୍ଜେଇ ଜବତ

ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ କୁ ବଡ ଧରଣର ସଫଳତା । ଆନ୍ତଃରାଜ୍ୟ ଚାଲାନାକରି ଙ୍କ ସମେତ 4 ଗିରଫ ଓ 416 କେଜି ଗଞ୍ଜେଇ କୁ ଜବତ କରିବାର ସଫଳ ହୋଇଛି ପୁଲିସ । ସୁଚନା ଅନୁଯାୟୀ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବ୍ରହ୍ମପୁର ଦିଗପହଣ୍ଡି ରାସ୍ତା ପୋଡାମାରି ଛକରୁ ଏକ କଣ୍ଟେନର ଟ୍ରକ ଓ କାର ରୁ 416 କେଜି ଗଞ୍ଜେଇ ଜବତ କରିବା ସହ କାର ଟ୍ରକ ରୁ 4 ଜଣକୁ ଗିରଫ କରିଛି । ତେବେ ଜବତ ଗଞ୍ଜେଇ  ର ମୂଲ୍ୟ ଆନୁମାନିକ 57 ଲକ୍ଷ ଟଙ୍କା ହୋଇଥିବା ସୂଚନା । ଗଜପତି ଜିଲ୍ଲା ରୁ ବ୍ରହ୍ମପୁର କୁ ଏକ ବଡ଼ ଟ୍ରକ ମାଧ୍ୟମରେ ଗଞ୍ଜେଇ ଅଣାଯାଉଥିବା ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ ସେହି କ୍ରମରେ ଅବକାରୀ କମିଶନର ନରସିଂହ ଭୋଳ ଓ ଦଖିନାଚଲ ଅବକାରି ଗୁଇନ୍ଦା ବିଭାଗ କମିଶନର ଙ୍କ ନିର୍ଦେଶ କ୍ରମେ ବ୍ରହ୍ମପୁର ଦିଗପହଣ୍ଡି ରାସ୍ତାରେ ଟିମ ଯାଞ୍ଚ କରିବା ସମୟରେ ଦିଗପହଣ୍ଡି ରାସ୍ତା ଆଡୁ ଆସୁଥିବା ଏକ ଇଣ୍ଡିଗୋ କାର କୁ ସନ୍ଦେହଜନକ ଭାବେ ଅଟକାଇଯାଇଥିଲା । ସେଥିରୁ 96 କିଲୋ ଗଞ୍ଜେଇ ଜବତ କରି  ଜଣ କୁ ଗିରଫ କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *