ବ୍ରହ୍ମପୁର ପୁଲିସର ବଡ ସଫଳତା ; କାରରୁ ୪୦ଗ୍ରାମ ବ୍ରାଉନ ସୁଗାର ଜବତ ସହ ୩ଜଣ ଗିରଫ

ବ୍ରହ୍ମପୁର ବଡ଼ ବଜାର ଥାନା ପୁଲିସ ଫାଷ୍ଟ ଗେଟ୍ ଶ୍ରୀକ୍ଷେତ୍ର ବିହାର ଛକରେ ଚେକିଂ କରୁଥିବା ବେଳେ ଏକ କାରରୁ ୪୦ଗ୍ରାମ ବ୍ରାଉନ ସୁଗାର ଜବତ କରି ୩ଜଣକୁ ଗିରଫ କରିଛି । ବ୍ରହ୍ମପୁର କୁ କିଛି ଯୁବକ ବ୍ରାଉନସୁଗାର ଚାଲାଣ କରୁଥିବା ନେଇ ବଡ଼ ବଜାର ଥାନା ପୋଲିସକୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଏହା ଜାଣିବାପରେ ବଡ଼ ବଜାର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ କରାଯାଇଥିଲା । ଥାନାର ଏସାଇ ରଞ୍ଜିତ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ବ୍ରହ୍ମପୁର ଫାଷ୍ଟ ଗେଟ୍ ମୁଖ୍ୟ ରାସ୍ତାରେ ଜଗିରହିଥିଲେ । ଠିକ୍ ସେହି ସମୟରେ ଆସୁଥିବା ଧଳା ରଙ୍ଗର କାରକୁ ଚେକିଂ କରୁଥିବା ସମୟରେ କାର ଭିତରୁ ବ୍ରାଉନ ସୁଗାର ମିଳିଥିଲା । ପୋଲିସ ତିନି ଜଣଙ୍କୁ ଥାନାକୁ ନେଇ ପଚରା ଉଚରା କରିବା ବେଳେ ସମସ୍ତ ଘଟଣା ପୋଲିସ ନିକଟରେ କହିଥିଲେ ।  ଗିରଫ ଯୁବକମାନେ ହେଲେ ହଳଦିଆପଦର ଚନ୍ଦନ ସେଠୀ , କିରଣ କୁମାର ଦଳବେହେରା ଓ ପୋଲସରାର କାଳୁ ଚରଣ ଭୂୟାଁ । ପୁଲିସ ଗିରଫ ଯୁବକଙ୍କ ନିକଟରୁ କିଛି ମୋବାଇଲ ଓ ଟଙ୍କା ଜବତ କରିଛି । ଉପରୋକ୍ତ ଅଭିଯୁକ୍ତମାନେ ପୋଲସରାରୁ  ବ୍ରାଉନସୁଗାର ଆଣି ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳର ଯୁବପିଢିଙ୍କୁ ବିକ୍ରି କରୁଥିଲେ ବୋଲି ପୋଲିସର ଜେରା ବେଳେ ଜଣାପଡିଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *