ବ୍ରହ୍ମପୁର ମହାନଗର ନିଗମ ରେ ଦୁର୍ନୀତିର ଗନ୍ଧ!

Spread the love

ବ୍ରହ୍ମପୁର ମହାନଗର ନିଗମ ରେ ଥିବା ଜଳାଶୟ ଗୁଡିକ ର ପୁନଃ ଉଦ୍ଧାର ଲାଗି ନିଷ୍ପତ୍ତି ନେଇଥିଲା ମହାନଗର ନିଗମ। ଖରାଦିନ ଆରମ୍ଭ ରୁ ହିଁ ସହରର 42ଟି ୱାର୍ଡ ରେ ଥିବା ପୋଖରୀ ଗୁଡିକରୁ ପଙ୍କ ଉଦ୍ଧାର କରିବା ସହ ପୋଖରୀ ହିଡ ଗୁଡିକ ର ସୌନ୍ଦର୍ଯ୍ୟକରଣ କରିବାର ଲକ୍ଷ ରଖାଯାଇଥିଲା। ହେଲେ ପଙ୍କ ଉଦ୍ଧାର ଆଳରେ ଏବେ ମହା ଦୁର୍ନୀତି ଚାଲିଥିବା ଲୋକ ଲୋଚନକୁ ଆସିଛି। ସହରର କେତେକ ପୋଖରୀରୁ ବେଆଇନ ଭାବେ ଆବଶ୍ୟକ ଠାରୁ ଅଧିକ ଖନନ କରି ମାଟି ଓ ମୋରମକୁ ବିକ୍ରୀ କରି ଲକ୍ଷ ଟଙ୍କା ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି।

ବ୍ରହ୍ମପୁର ମହାନଗର ନିଗମ ରେ ଦୁର୍ନୀତିର ଗନ୍ଧ! ପଙ୍କ ଉଦ୍ଧାର ଆଳରେ ମହା ଦୁର୍ନୀତି! ଜେସିବି ମାଧ୍ୟମ ରେ ଆବଶ୍ୟକ ଠାରୁ ଅଧିକ ଖନନ କରି ବଜାରରେ ବିକ୍ରୀ ହେଉଛି କୋଟି କୋଟି ଟଙ୍କାର ମୋରମ ଓ ମାଟି! ସେପଟେ  ସବୁ ଜାଣି ଶୁଣି ନିରବଦ୍ରଷ୍ଟା ପାଲଟିଛି ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ। ସୁଚନା ମୁତାବକ  ବ୍ରହ୍ମପୁର ମହାନଗର ନିଗମ ର 42 ଟି ୱାର୍ଡ ରେ ଥିବା ଛୋଟ ବଡ କରି 30  ଟି ପୋଖରୀ ର ପୁନ ଉଦ୍ଧାର କାମ ହାତକୁ ନିଆ ଯାଇଥିଲା। ପୋଖରୀର ପଙ୍କ ଓ ମାଟି କୁ ଖନନ କରି ହିଡ ଚାରିପାଖ କୁ ମଜବୁତ କରିବା ସହ ପୋଖରୀର ଚତୁପାର୍ଶ୍ଵ କୁ ସୌନ୍ଦର୍ଯ୍ୟକରଣ କରିବାର ଲକ୍ଷ ରଖାଯାଇଥିଲା। ହେଲେ ଅନେକ ସ୍ଥାନ ରେ ପୋଖରୀ ଖନନ ବେଳେ ମୋରମ ବାହାରିବା ଦେଖି ଆବଶ୍ୟକ ଠାରୁ ଅଧିକ ମାତ୍ରାରେ ପୋଖରି ଖନନ କରିବା ସହ ବେଧଡ଼କ ଭାବରେ ଘରୋଇ ସଂସ୍ଥାନ କୁ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ କର୍ପୋରେଟର,ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଙ୍କ ମିଲିଭଗତ ରେ ସରକାରଙ୍କ ରାଜକୋଷ କୁ ଏଭଳି ହରିଲୁଟ କରାଯାଉଥିବା ଅଭିଯୋଗ ହେବା ସହ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଲାଗି ଦାବି ହୋଇଛି।

ଲକ୍ଷ ଲକ୍ଷ ଟଙ୍କାର ଲଘୁ ସମ୍ପଦ  ଆତ୍ମସାତ ହେଉଥିବା ଅଭିଯୋଗ ହେଉଛି।ସେପଟେ ତଦନ୍ତ ଦାୟିତ୍ବ ରେ ଥିବା ଅଧିକାରୀଙ୍କ ହାଲୁକା ମନ୍ତବ୍ୟରୁ ଦୁର୍ନିତୀର ଗନ୍ଧ ସାମ୍ମାକୁ ଆସୁଛି।ସେପଟେ ମେୟର କହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ସେପଟେ ସ୍ଥାନୀୟ କର୍ପୋରେଟର ମଧ୍ୟ ଏହାକୁ ଭିତ୍ତିହୀନ ବୋଲି କହି ଚିରା ଚରିତ ଢଙ୍ଗରେ ନିଜର ମନ୍ତବ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *