ମଣିପୁରରେ ପୁଣି ହିଂସା , ଉଗ୍ରବାଦୀଙ୍କ ଆକ୍ରମଣରେ ଜଣେ ସିଆରପିଏଫ ଯବାନ ସହିଦ

ମଣିପୁର ଜିରବାନ ଜିଲ୍ଲାରେ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ପୋଲିସ ସହ ପେଟ୍ରୋଲିଂ କରିବାକୁ ଯାଇଥିବା ସିଆରପିଏଫ ଯବାନଙ୍କ ଉପରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ପୋଲିସର ଜଣେ କମାଣ୍ଡ ସ୍ତରୀୟ ଅଫିସର ଗୁରୁତର ହୋଇଛନ୍ତି । ଏବେ ପୋଲିସ ଓ ସିଆରପିଏଫ ଯବାନ ଉଗ୍ରବାଦୀଙ୍କୁ ଖୋଜିବାରେ ଲାଗିଛନ୍ତି ।ମଣିପୁର ପୋଲିସ ଅଧିକାରୀ କହିଛନ୍ତି କି, ଆସାମ ସୀମାକୁ ଲାଗିଥିବା ଜିଲ୍ଲାଗୁଡିକରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ଗୁଳିବର୍ଷଣ କରୁଛନ୍ତି । ଏଥିପାଇଁ ସିଆରପିଏଫ ଯବାନ ଓ ସ୍ଥାନୀୟ ପୋଲିସ ଅପରେସନ କରିବାକୁ ଯାଉଥିଲେ । ହଠାତ ଉଗ୍ରବାଦୀମାନେ ଗୁଳି ଚଳାଇଥିଲେ । ଏଥିରେ ସିଆରପିଏଫର ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ କମାଣ୍ଡସ୍ତରୀୟ ଅଫିସର ଗୁରୁତର ହୋଇଛନ୍ତି । ଏହାପରେ ଯବାନଙ୍କ ପାଲଟା ଗୁଳିଚାଳନା ଫଳରେ ଉଗ୍ରବାଦୀମାନେ ନିକଟସ୍ଥ ଜଙ୍ଗଲ ଭିତରକୁ ଚାଲିଯାଇଛନ୍ତି । ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ କଡ଼ା ନିନ୍ଦା କରିଛନ୍ତି ।

ମଣିପୁରରେ ଗତବର୍ଷରୁ ହିଂସା ଲାଗି ରହିଛି । ଏଥିରେ ଶହ ଶହ ଲୋକଙ୍କର ଜୀବନ ଗଲାଣି । ଜାତୀୟ ରାଜନୀତି ଠାରୁ ସଂସଦର ଉଭୟ ଗୃହରେ ଏହାକୁ ନେଇ ସରଗରମ ରାଜନୀତି ହେଉଛି । କେନ୍ଦ୍ର ସରକାର ମଣିପୁରରେ ହିଂସା କମିଥିବା ଲୋକସଭାରେ କହିଥିବା ବେଳେ ଆଜିର ଏହି ଘଟଣା କେନ୍ଦ୍ର ସରକାରଙ୍କ ବୟାନ ଉପରେ ସନ୍ଦେହ ସୃଷ୍ଟି କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *