ମନଇଚ୍ଛା କାଟି ପାରିବେନି ତାଳଗଛ , ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ

Spread the love

ବଜ୍ରପାତରୁ ରକ୍ଷା ପାଇବାକୁ ପାରମ୍ପରିକ ପଦ୍ଧତି ଆପଣାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସାରା ରାଜ୍ୟରେ ତାଳଗଛ ଲଗାଯିବ। ଗ୍ରାମାଞ୍ଚଳରେ ବହୁ ପରିମାଣରେ ତାଳଗଛ ଲଗାଇବାକୁ ୨୦୨୩ ସେପ୍ଟେମ୍ବର ମାସରେ ନିଷ୍ପତ୍ତି ହୋଇଥିଲା। ଏବର୍ଷ ତାହାକୁ କାର୍ଯ୍ୟକାରୀ କରିବାକୁ ବନ ବିଭାଗ ଅଣ୍ଟା ଭିଡ଼ିଛି। ବର୍ଷା ଋତୁ ଆରମ୍ଭ ହୋଇଯାଇଥିବାରୁ ପ୍ରଥମ ପର୍ଯ୍ୟାୟରେ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟରେ ୧୯ ଲକ୍ଷ ତାଳଗଛ ଲଗାଯିବ। ବର୍ଷା ଋତୁ ଆରମ୍ଭ ହୋଇଯାଇଥିବାରୁ ପ୍ରଥମ ପର୍ଯ୍ୟାୟରେ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟରେ ୧୯ ଲକ୍ଷ ତାଳଗଛ ଲଗାଯିବ। ଭୁବନେଶ୍ବର, କଟକ, ବାଲେଶ୍ବର, ଭଦ୍ରକ ପରି ସହର ସମେତ ଉପକୂଳ ଓଡ଼ିଶାରେ ବ୍ୟାପକ ତାଳଗଛ ରୋପଣ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ପିସିସଏଫ୍‌ ଦେବିଦତ୍ତ ବିଶ୍ବାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏଣିକି କେହିବି ମନ ଇଚ୍ଛା ଆଉ ତାଳ ଗଛ କାଟି ପାରିବେ ନାହିଁ। ଏପରିକି ନିଜ ଜାଗାରେ ଥିବା ତାଳ ଗଛ କାଟିଲେ ମଧ୍ୟ ବନ ବିଭାଗ ଠାରୁ ଅନୁମତି ନେବାକୁ ପଡ଼ିବ। ରାଜ୍ୟରେ ବଢୁଥିବା ବଜ୍ରପାତଜନିତ ମୃତ୍ୟୁ ରୋକିବା ପାଇଁ ସରକାର ଏହିଭଳି  ନିୟମ କଡାକଡ଼ି କରିଛନ୍ତି। ବିନା ଅନୁମତିରେ ତାଳ ଗଛ କାଟିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ।

Leave a Reply

Your email address will not be published. Required fields are marked *