ମୋ ବାପାଙ୍କୁ ଜେଲରେ ବିଷ ଦେଇ ମାରିଦେଲେ ; ସୁପ୍ରିମକୋର୍ଟରେ ମୁଖତାର ଅନସାରୀଙ୍କ ପୁଅ

ଜେଲରେ ବାପାଙ୍କ ଖାଇବାରେ ବିଷ ମିଶାଇଥିଲେ। ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ବି ଦିଆଯାଇନଥିଲା। ଏହା ହିଁ ତାଙ୍କର ମୃତ୍ୟୁର ଅସଲ କାରଣ।  ଏହାର ତଦନ୍ତ ହେଉ। ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ସ୍ୱର୍ଗତ ମୁଖତାର ଅନସାରୀଙ୍କ ପୁଅ ଉମର ଅନସାରୀ ଏମିତି ଅଭିଯୋଗ କରି ସୁପ୍ରିମକୋର୍ଟରେ ଫେରାଦ୍ ହୋଇଛନ୍ତି। ୨୦୨୩ରେ ରିଟ୍ ପିଟିସନ ପଡ଼ିଥିଲା ଯେ, ଉତ୍ତରପ୍ରଦେଶ ଜେଲରୁ ବାହାରକୁ ଯେ କୌଣସି ଜେଲକୁ ଅନସାରୀଙ୍କୁ ପଠାଇ ଦିଆଯାଉ। ନଚେତ୍ ତାଙ୍କ ଜୀବନ ପ୍ରତି ବିପଦ ଥିବାର ଆଶଙ୍କା କରିଥିଲେ ପରିବାରବର୍ଗ। ଅନସାରିଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଓକିଲ କପିଲ ଶିବଲ କୋର୍ଟକୁ କହିଥିଲେ ଯେ, ଏହାର ତଦନ୍ତ ଜରୁରୀ। ବିଜେପି ନେତା କ୍ରିଷ୍ଣାନନ୍ଦ ରାଏଙ୍କୁ ହତ୍ୟା ମାମଲାରେ ଅନସାରି ଅଭିଯୁକ୍ତ ଥିଲେ। ୨୦୨୧ରେ ୟୁପି ସରକାର କରିଥିବା ପିଟିସନକୁ ଅନୁମତି ଦେଇଥିଲେ। ଯେଉଁଠି ସରକାର ଅନସାରୀଙ୍କୁ ପଞ୍ଜାବ ଜେଲରୁ ୟୁପି ଜେଲକୁ ସ୍ଥାନାନ୍ତର ଲାଗି ଅନୁମତି ଲୋଡ଼ିଥିଲେ। ୨୦୨୩ରେ ଉମର ଅନସାରି ରିଟ୍ ପିଟିସନରେ ଦର୍ଶାଇଥିଲେ ଯେ, ତାଙ୍କ ବାପା ମୁଖତାରଙ୍କୁ ୟୁପିର ବାହାର କୌଣସି ଜେଲରେ ରଖାଯାଉ। କ୍ରିଷ୍ଣାନନ୍ଦ ରାଏଙ୍କ ହତ୍ୟା ମାମଲାରେ ସମସ୍ତ ୪ ଅଭିଯୁକ୍ତଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି।  କୋର୍ଟରେ ହାଜର ବେଳେ ସାହାନାଓ୍ୱାଜଙ୍କୁ ଡିସେମ୍ୱର ୨୦୧୯ରେ ହତ୍ୟା କରାଯାଇଥିଲା। ରୁଟିନ୍ ମେଡିକାଲ ଚେକଅପକୁ ପୁଲିସ ଏସକର୍ଟରେ ଯାଉଥିଲା ବେଳେ ଆତିକ୍ ଅହମ୍ମଦ ଓ ତାଙ୍କ ଭାଇ ଖାଲିଦ୍ ଆଜିମକୁ ଗୁଳି କରି ହତ୍ୟା କରାଯାଇଥିଲା। ଏହା ଏପ୍ରିଲ ୨୦୨୩ର ଘଟଣା। ତା ପୂର୍ବରୁ ମେ ୨୦୨୧ରେ କଡା ସୁରକ୍ଷା ବଳୟରେ ଚିତ୍ରକୋଟ ଜିଲ୍ଲା ଜେଲକୁ ସ୍ଥାନାନ୍ତର ବେଳେ ମେରାଜ ଅହମ୍ମଦଙ୍କୁ ହାଇ ସିକ୍ୟୁରିଟି ବାରାକ୍ ଭିତରେ ମର୍ଡର କରାଯାଇଥିଲା। ମେରାଜ ମୁଖତାର ଅନସାରୀଙ୍କ ଏକାନ୍ତ ଅନୁଗତ ଓ କ୍ରିଷ୍ଣାନନ୍ଦ ରାଏ ମର୍ଡର ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *