ହାଇୱା  ଧକ୍କାରେ ୩ ଶ୍ରମିକ ମୃତ ଘଟଣା, କ୍ଷତିପୂରଣ ଦାବିରେ ରାସ୍ତାରୋକ

ହାଇୱା  ଧକ୍କାରେ ୩ ଶ୍ରମିକ ମୃତ ଘଟଣା। କ୍ଷତିପୂରଣ ଦାବିରେ ରାସ୍ତାରୋକ।ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା  ରାଜାମୁଣ୍ଡା ବାଇପାସ ଛକରୁ କୋଇଡାକୁ ସଂଯୋଗ କରୁଥିବା ୫୨୦ ନମ୍ବର ଜାତୀୟ ରାଜପଥରେ  ୩ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ପରିବାର ପକ୍ଷରୁ ମୃତଦେହ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଏକ ସ୍ଥାନରେ ରାସ୍ତା ଦବି ଯାଇଥିବା ବେଳେ  ସୁପରଭାଇଜ ର କିଛି ଶ୍ରମିକଙ୍କୁ ନେଇ  ରାସ୍ତାର ମରାମତି କାମ କରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା। ଏପଟେ ମୃତଦେହକୁ ପ୍ରଥମେ ଲହୁଣୀପଡା ପରେ ବଣାଇ ଆଣିଥିବା ବେଳେ ପୋଲିସ ନ ଆସିବାରୁ ପରିବାରଲୋକ ବଣାଇରୁ ମୃତ ଦେହକୁ nhରେ ରଖି ରାସ୍ତାରୋକ ଗତକାଲି ରାତି ଠାରୁ କରିଛନ୍ତି । ମୃତ ପରିବାରଙ୍କୁ ଜଣ ପିଛା 30ଲକ୍ଷ ଦେବା ଦାବିରେ ଏହି ରାସ୍ତା ରୋକ କରାଯାଇଛି। ବଣାଇ ବିଧାୟକ ଘଟଣା ସ୍ଥଳରେ ପହଂଚି ବୁଝା ସୁଝା କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *