ୟୁକ୍ରେନ ଉପରେ ଏୟାରଷ୍ଟ୍ରାଇକ କଲା ରୁଷ ; ୨୨ ମୃତ ,୪୦ରୁ ଅଧିକ ଆହତ

ୟୁକ୍ରେନ ଉପରେ ଏୟାର ଷ୍ଟ୍ରାଇକ କରିଛି ରୁଷ । ରୁଷ ସେନା ୟୁକ୍ରେନର ବିଭିନ୍ନ ସହର ଉପରେ ୬ଟି ରକେଟ ମାଡ କରିବା ସହ ୭୦ ରୁ ଅଧିକ ଗ୍ଲାଇଡ ବୋମା ପକାଇଛି । ଏଥିରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ୟୁକ୍ରେନ ଅଧିକାରୀଙ୍କ ସୂଚନା ଅନୁସାରେ ରୁଷ ରାତି ତମାମ ରହି ରହି ପ୍ରଚଣ୍ଡ ବୋମା ମାଡ କରିଥିଲା ।

ଉତ୍ତର ୟୁକ୍ରେନରେ ଥିବା ଏକ ବିଦ୍ୟୁତ ଷ୍ଟେସନ ଉପରେ ବୋମା ମାଡ ଯୋଗୁ ତାହା ବ୍ୟାପକ କ୍ଷୟକ୍ଷତି ହୋଇଛି । ଫଳରେ ୧ ଲକ୍ଷରୁ ଅଧିକ ଲୋକ ବିଦ୍ୟୁତ ସେବା ରୁ ବଞ୍ଚିତ ହୋଇଛନ୍ତି । ସେହି ଅଞ୍ଚଳରେ ରୁଷ ବାରମ୍ବାର ବୋମା ମାଡ ଜାରି ରଖିଥିବାରୁ ବିଦ୍ୟୁତ ଷ୍ଟେସନର ମରାମତି କରିବା ସମ୍ଭବ ହୋଇପାରି ନାହିଁ । ରୁଷ ସୈନ୍ୟମାନେ ଡ୍ରୋନସହାୟତାରେ ପାଣି ଟାଙ୍କିକୁ ଟାର୍ଗେଟ କରୁଛନ୍ତି । ପାଣି ଟାଙ୍କି ନଷ୍ଟ ହେବା ଫଳରେ ଲୋକଙ୍କୁ ପିଇବା ଲାଗି ପାଣି ମିଳିପାରୁ ନାହିଁ ।

ଅନ୍ୟପଟେ ୟୁକ୍ରେନ ,ସେନା ରୁଷ ର ୨୭ଟି ଡ୍ରେନ ମଧ୍ୟରୁ ୨୪ଟିକୁ ଗୁଳିକରି ଖସାଇ ଦେଇଥିବା ଦାବି କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *