ଏମ୍ସରୁ ୧୩ ଦଲାଲ୍ ଗିରଫ

Spread the love

ଭୁବନେଶ୍ବର: ଏମ୍ସରୁ ଗିରଫ ହେଲେ ୧୩ ଦଲାଲ୍। ଏମ୍ସକୁ ରୋଗୀଙ୍କ ଭିଡ଼ ଜମୁଥିଲା ବେଳେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଶୋଷଣ କରିବାକୁ ଦଲାଲ ସକ୍ରିୟ ଥିଲେ। ଗିରଫ ଦଲାଲଙ୍କ ଭିତରେ କିଛି ସ୍ଥାନୀୟ ଲୋକଙ୍କ ସହ ବଙ୍ଗୀୟ ଯୁବକ ମଧ୍ୟ ରହିଛନ୍ତି।

ଦୂରଦୂରାନ୍ତରୁ ଆସୁଥିବା  ରୋଗୀଙ୍କୁ ଗିରଫ ଦଲାଲ କରୁଥିଲେ  ଟାର୍ଗେଟ l ସୁବିଧାରେ  ଡାକ୍ତରଙ୍କୁ ଭେଟ  କରିଦେବା  କଥା  କହି ଫସାଉଥିଲେ ରୋଗୀଙ୍କୁ l ଶହେ ଟଙ୍କାର ଟିକେଟ  ପାଇଁ ନେଉଥିଲେ  ୪ ହଜାରରୁ ୫ ହଜାର  ପର୍ଯ୍ୟନ୍ତ ଟଙ୍କା l ଆଉ  ଆଜି  କମିଶନରେଟ  ପୋଲିସ କବଜାରେ  ଏହି ଦଲାଲମାନେ  l  ଖଣ୍ଡଗିରି  ପୋଲିସ ଚଢ଼ାଉ କରି ୧୩  ଦଲାଲଙ୍କୁ ଗିରଫ କରି  କୋର୍ଟ ଚାଲାଣ  କରିଛି  l ରାଜ୍ୟର କୋଣ ଅନୁକୋଣରୁ ଆରମ୍ଭ କରି ବାହାର ରାଜ୍ୟରୁ ଏବେ ଭୁବନେଶ୍ବର ଏମ୍ସକୁ ରୋଗୀଙ୍କ ସୁଅ ଛୁଟୁଛି । ଯେଉଁମାନେ ବାହାରୁ ଆସି ଅସୁବିଧାରେ ପଡୁଥିଲେ , ସେଭଳି ଲୋକଙ୍କୁ ଟାର୍ଗେଟ କରୁଥିଲେ ଏହି ଦଲାଲ ମାନେl ଏମାନଙ୍କ ଭିତରେ ପଶ୍ଚିମବଙ୍ଗର ଅଛନ୍ତି ୬ ଦଲାଲ । ବାକି ଗିରଫ ଦଲାଲ ଆଖପାଖ ଅଞ୍ଚଳର ବୋଲି ପୋଲିସ କହିଛି।

ଏମ୍ସରେ ବହୁଦିନ ଧରି ଦଲାଲରାଜ ଚାଲିଥିଲା। ଅଭିଯୋଗ ପରେ ମଧ୍ୟ ଏମ୍ସ କର୍ତ୍ତୃପକ୍ଷ  ଏଥିପ୍ରତି ଦୃଷ୍ଟି ଦେଉନଥିଲେ । ବାରମ୍ବାର ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମଧ୍ୟ ଏମ୍ସ ଭିତରେ ଥିବା ଫାଣ୍ଡି ଅଧିକାରୀ ଏହାକୁ ଗୁରୁତ୍ୱ ଦେଉ ନଥିଲେ । ଗିରଫ ଦଲାଲଙ୍କ ସହିତ ଏମ୍ସର କିଛି ଅସାଧୁ କର୍ମଚାରୀ , ସିକ୍ୟୁରିଟି ଗାର୍ଡ ଓ ପୋଲିସ କର୍ମଚାରୀ ସାମିଲ ରହିଥିବା ଅଭିଯୋଗ ହୋଇଛି ।

ଏବେବି ଏମ୍ସରେ ବନ୍ଦ ହୋଇନି ଦଲାଲରାଜ । ପ୍ରତିଦିନ ପ୍ରାୟ ପାଞ୍ଚଶହରୁ ଅଧିକ ରୋଗୀ ଏଠାକୁ ଆସୁଛନ୍ତି । ଆଉ ଏମାନଙ୍କୁ ଠକିବା ପାଇଁ  ଏହି ଦଲାଲ ମାନେ ଚାତକ ଭଳି ଚାହିଁ ରହିଥାନ୍ତି । ବର୍ତମାନ ଏମ୍ସ କୁ ଦଲାଲ ମୁକ୍ତ କରିବାପାଇଁ  କମିସନରେଟ ପୋଲିସ ସାଧା ପୋଷାକରେ  ନଜର ରଖିଛି।

ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ l

Leave a Reply

Your email address will not be published. Required fields are marked *