୨ କିମି ରେଳ ଟ୍ରାକ୍ ଚୋରି

Spread the love

ପାଟନା: ଟ୍ରେନ ଓ ରେଳବାଇ ଷ୍ଟେସନରୁ ବହୁ ସାମଗ୍ରୀର ଚୋରି ଘଟଣା ବିଷୟରେ ଶୁଣିଥିଲେ, ହେଲେ ଟ୍ରେନ ଲାଇନ ଚୋରି କେବେ ଦେଖିନଥିବେ। କିନ୍ତୁ ଏମିତି ଅସମ୍ଭବ ସମ୍ଭବ ହୋଇଛି ବିହାରର ସମସ୍ତିପୁରରେ। ଦୀର୍ଘ ୨ କିଲୋମିଟର ଲମ୍ବା ରେଳ ଟ୍ରାକକୁ ଉପାଡି ନେଇଛନ୍ତି ଚୋର। ଏହି ମାମଲାରେ ରେଳବାଇର ଦୁଇ ଅଧିକାରୀ ନିଲମ୍ବିତ କରାଯାଇ ଯାଞ୍ଚ ଚାଲିଛି।

ସମସ୍ତିପୁର ରେଳ କ୍ଷେତ୍ରର ପ୍ରବନ୍ଧକ ଅଶୋକ ଅଗ୍ରୱାଲ କହିଛନ୍ତି କି, ଯାଞ୍ଚ ପାଇଁ ବିଭାଗୀୟସ୍ତରରେ କମିଟି ଗଠନ କରାଯାଇଛି। ଦରଭଙ୍ଗା ଆରପିଏଫ ପୋଷ୍ଟ ଓ ରେଳବାଇ ଭିଜିଲାନ୍ସ ମାମଲାର ଯାଞ୍ଚ କରାଯାଉଛି। ଏଥିସହ ଏହି କାର୍ଯ୍ୟରେ ସମ୍ପୃକ୍ତ ଝାଞ୍ଝାରପୁର ଆରପିଏଫ ଚୌକର ପ୍ରଭାରୀ ଶ୍ରୀନିବାଶ ଓ ସଫେଇ କର୍ମଚାରୀ ମୁକେଶ ସିଂହ ସହ ଅନ୍ୟ ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।

କୁହାଯାଇଛି କି, ରେଳବାଇ ଲାଇନର ଏକ ସ୍କ୍ରେପ ବିନା ନିଲାମରେ ଆରପିଏଫର ସମ୍ପୃକ୍ତିରେ ସ୍କ୍ରେପ ଡିଲରକୁ ବିକ୍ରି କରିଦିଆଯାଇଥିଲା। ମାମଲାକୁ ନେଇ ରେଳ ବିଭାଗରେ ହଡକମ୍ପ ଦେଖିବାକୁ ମିଳୁଛି। ସମସ୍ତିପୁରର ରେଳ ମଣ୍ଡଳ ଅନ୍ତର୍ଗତ ପଣ୍ଡୌଲ ଷ୍ଟେସନରୁ ଲୋହଟ ଚିନି ମିଲ ପର୍ଯ୍ୟନ୍ତ ଟ୍ରାକ ବିଛାଯାଇଥିଲା, କିନ୍ତୁ ଦୀର୍ଘ ସମୟରେ ଏହା ବନ୍ଦ କରିଦିଆଯାଇଥିଲା।

Leave a Reply

Your email address will not be published. Required fields are marked *