କାରରୁ ୨୮ କେଜି ଗଞ୍ଜେଇ ଜବତ

Spread the love

ବଲାଙ୍ଗିର : ବଲାଙ୍ଗିରରେ ଥମିବାର ନାଁ ନେଉ ନାହିିଁ ଗଞ୍ଜେଇ ଚୋରାଚାଲାଣ କାରବାର । ଚୋରା ଗଞ୍ଜେଇ କାରବାରର ହବ୍ ପାଲଟିଲାଣି ବଲାଙ୍ଗିର ସହର ଓ ଏହାର କିଛି ଆଖପାଖ ଅଂଚଳ । ଗତକାଲି ବଲାଙ୍ଗିର ଦେଓଗାଁ ପୋଲିସ ରତନପୁର ଢ଼ାବା ନିକଟରେ ଏକ ନିଛାଟିଆ ସ୍ଥାନରେ ଥିବା ଗୋଦାମ ଘରେ ଗଂଜେଇ ଭର୍ତି ଏକ ଇନୋଭା ଗାଡି ରହିଥିବା ସୂଚନା ପାଇଥିଲା, ଯାହା ରାତିରେ ଆସି ସେହି ସ୍ଥାନରେ ରଖାଯାଇଥିବା ନେଇ ମିଳିଥିବା ସୂତ୍ରରୁ ପୋଲିସ ହାତରେ ଖବର ଲାଗିଥିଲା । ଗତକାଲି ଘଟଣାସ୍ଥଳରେ ପୋଲିସ ଚଢଉ କରିଥିଲା । ଇନୋଭା ଗାଡ଼ିକୁ ଖୋଲିଥିଲା । ଗାଡ଼ି ଭିତରୁ ୨୮ କେ.ଜି. ଗଞ୍ଜେଇ ବାହାରିଥିଲା । ଦେଓଗାଁ ପୋଲିସ ଗାଡିକୁ ଜବତ କରିବା ସହ ଗାଡି ଭିତରୁ ବାହାରିଥିବା ଗଞ୍ଜେଇକୁ ଜବତ କରିଛି । ତେବେ ଗାଡିଟି ରତନପୁର ଢ଼ାବା ଆଗରେ ରହିଥିବା ଯୋଗୁଁ ଏହା ଢ଼ାବା ମାଲିକଙ୍କର ବୋଲି ଅନୁମାନ କରି ଢ଼ାବା ମାଲିକ ନଥିବା ଯୋଗୁଁ ଢ଼ାବାର ଦୁଇ ଜଣଙ୍କୁ ଥାନାକୁ ଉଠାଇ ଆଣିଛି ପୋଲିସ । ସେପଟେ ଗାଡିଟିରେ ଭୁବନେଶ୍ୱର ନମ୍ବର ରହିଥିବା ବେଳେ ଗାଡ଼ିଟି କାହାର ତାହାକୁ ନେଇ ତଦନ୍ତ କରୁଛି ପୋଲିସ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓ ଗାଡିକୁ ଜବତ କରାଯାଇଛି । ଗାଡି ରଖାଯାଇଥିବା ସ୍ଥାନକୁ ସିଲ କରିବାକୁ ମଧ୍ୟ ପଛାଇ ନାହିିଁ ପୋଲିସ । କୁହାଯାଇଛି କିଛି ବ୍ୟକ୍ତି ସେହି ସ୍ଥାନକୁ ଆସୁଥିବା ବେଳେ ଜଗି ରହିଥିବା ପୋଲିସକୁ ଦେଖି ଫେରାର୍ ମାରିଥିଲେ, ଯାହାକୁ ନେଇ ଏଥିରେ ବହୁ ଲୋକଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରି ତଦନ୍ତକୁ ଜୋରଦାର୍ କରିଛି ପୋଲିସ । ନିକଟରେ ବଲାଙ୍ଗିର ପେଲେସ୍ ଲାଇନ୍ ନିକଟରୁ ଏକ ଭଡ଼ାଘରୁ ବଲାଙ୍ଗିର ଟାଉନ୍ ପୋଲିସ ୯୨ କେ.ଜି. ଗଂଜେଇ ଜବତ କରିଥିବା ବେଳେ ଏହି ଘଟଣା ସମଗ୍ର ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା ।

Leave a Reply

Your email address will not be published. Required fields are marked *