ବରମୁଣ୍ଡା ବସଷ୍ଟାଣ୍ଡରୁ ୫୦.୧ କେଜି ଗଞ୍ଜେଇ ଜବତ

Spread the love

ଭୁବନେଶ୍ବର: ଶନିବାର ଭୋର ସମୟରେ ପୁଲିସ ହାତରେ ୪ ଗଞ୍ଜେଇ ଚାଲାଣକାରୀ। ସେମାନଙ୍କ ନିକଟରୁ ୫୦.୧ କେଜି ଗଞ୍ଜେଇ ଜବତ ହୋଇଥିବା ସହ ୩ଟି କେଶ ହୋଇଛି। ବରମୁଣ୍ଡା ବସଷ୍ଟାଣ୍ଡରୁ ଏହି ଗଞ୍ଜେଇ ଚାଲାଣ ବେଳେ ପୁଲିସ ଯୋଜନାକୁ ପଣ୍ଡ କରିଛି।

ଶନିବାର ସକାଳ ପ୍ରାୟ ୫ଟା ୩୦ ମିନିଟ ସମୟରେ ବରମୁଣ୍ଡା ବସ ଷ୍ଟାଣ୍ଡ ନିକଟରେ ପୁଲିସ ପାଟ୍ରୋଲିଙ୍ଗ ବେଳେ ପୁଲିସ ନିୟମିତ ଯାଞ୍ଚ ହୋଇଥିଲା। ଯାଞ୍ଚ କାଳରେ ମୋଟ ୫୦.୧ କେଜି ଗଞ୍ଜେଇ ପାଇଥିଲା ପୁଲିସ। ସେବୁକୁ ନେଉଥିବା ରଘୁନାଥ କର (୨୮)ଠାରୁ ୧୫.୬କେଜି, ସରୋଜ ନାୟକ (୩୨)ଠାରୁ ୧୬ କେଜି, ବିପିନ ନାୟକ (୩୭) ଓ ଜିତୁ ଦଣ୍ଡସେନା (୨୨)ଠାରୁ ୧୮.୫ କେଜି ଗଞ୍ଜେଇ ଜବତ କରିଛି ପୁଲିସ। ଏନେଇ ୩ଟି ପୃଥକ ଏନଡିପିଏସ ମାମଲା ଦାୟର ହୋଇଛି।

ଆଗକୁ ପୂଜା ଥିବାରୁ କମିଶନରେଟ ପୁଲିସ ପକ୍ଷରୁ ଟ୍ବିନ ସିଟିରେ ନିଶା କାରବାର ରୋକିବାକୁ, ଅପରାଧ ନିୟନ୍ତ୍ରଣ କରିବାକୁ ଘନ ଘନ ରେଡ ଜାରି ରହିଛି। ବିଭିନ୍ନ ସ୍ଥାନରେ, ଭିନ୍ନ ଭିନ୍ନ ସମୟରେ ପୁଲିସ ଅତର୍କିତ ଚଢାଉ ଚଳାଇଛି।

Leave a Reply

Your email address will not be published. Required fields are marked *