ଡେନମାର୍କର ସପିଂମଲରେ ଆଖିବୁଜା ଗୁଳିମାଡ

Spread the love

ଡେନମାର୍କର ସପିଂ ମଲରେ ଆଖିବୁଜା ଗୁଳିମାଡ। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ଡେନମାର୍କର କୋପେନହେଗନଠାରେ ପ୍ରବଳ ଗୁଳିମାଡ ହୋଇଛି। ତେବେ ପୋଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଏହି ଗୁଳିମାଡରେ କେତେ ଲୋକ ଆହତ ହୋଇଛନ୍ତି ତାହା ସ୍ପଷ୍ଟ ଜଣାପଡିନଥିବା ବେଳେ, କୋପେନହେଗନ ର ମେୟର ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।ତେବେ ମଲରେ ଥିବା ଲୋକେ ଗୁଳିମାଡ ହେବା ଜାଣି, ଭୟଭୀତ ହୋଇ ଏଣେ ତେଣେ ଦୌଡିବାକୁ ଲାଗିଥିଲେ। ଯିଏ ଯେଉଁ ସ୍ଥାନ ପାଇଲେ ସେଇଠି ଆଶ୍ରୟ ନେଇଥିଲେ। କିଏ ଦୋକାନରେ ଲୁଚି ଗଲେ ତ ଆଉ କିଏ ରାସ୍ତାରେ ଦୌଡୁଥିବା ଭିଡିଓରେ ଦେଖିବାକୁ ମିଳିଛି। ସେପଟେ ଏହି ଗୁଳିମାଡର ଶବ୍ଦ ଖୁବ ଜୋରରେ ଥିବା ସ୍ଥାନୀୟଲୋକେ କହିଛନ୍ତି।

ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏହାସହ ଏହି ଅଞ୍ଚଳରେ ଲୋକମାନେ ନ ବୁଲିବାକୁ ଅନୁରୋଧ କରିଛି ପୋଲିସ।ମେୟର ସୋଫି ହାଷ୍ଟର୍ପ ଆଣ୍ଡସେନ କହିଛନ୍ତି ଯେ କେତେ ଲୋକଙ୍କ ମୃତ୍ୟୁ ହୋଇଛି, କେତେ ଲୋକ ଆହତ ହୋଇଛନ୍ତି, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହି ଆକ୍ରମଣ ଏକ ଚିନ୍ତାଜନକ ବିଷୟ ବୋଲି ସେ କହିଛନ୍ତି। ରବିବାର ବିଳମ୍ୱିତ ରାତିରେ ବିଟ୍ରିଶ ପପ ତାରକା ହ୍ୟାରି ଷ୍ଟାଇଲ ମଲ ନିକଟରେ ରୟାଲ ଅରିନାରେ ଏକ ବଡ କନ୍ସର୍ଟ ହେବାର ଥିଲା। ହଜାର ହଜାର ଲୋକ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ଥିଲା। ଏହାସହ ଟିକେଟ ମଧ୍ୟ ବିକ୍ରି ହୋଇସାରିଥିଲା। ବର୍ତ୍ତମାନ ପୋଲିସ ଏହି କାର୍ଯ୍ୟକ୍ରମ କରିବାକୁ ଆୟୋଜକଙ୍କୁ କହିଥିବା ଜଣାପଡିଛି।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *