ଆଉ ୧୪ ଦିନ ବଢିଲା ଆଫତାବର ନ୍ୟାୟିକ ମିଆଦ

Spread the love

ନୂଆଦିଲ୍ଲୀ: ଦିଲ୍ଲୀର ସାକେତ କୋର୍ଟ ମଙ୍ଗଳବାର ଦିନ ଶ୍ରଦ୍ଧା ହତ୍ୟା ଘଟଣାରେ ପ୍ରେମିକ ଅଫତାବ ପୁନାୱାଲାର ନ୍ୟାୟିକ ହାଜତ ମିଆଦକୁ ଆଉ ୧୪ ଦିନ ବଢାଇ ଦେଇଛନ୍ତି। ଏଥିସହ କୋର୍ଟ ଆଫତାବର ଅନୁରୋଧକ୍ରମେ ତାଙ୍କୁ କିଛି ଲ’ ବହି ଯୋଗାଇ ଦେବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଫତାବ କୋର୍ଟଙ୍କ ନିକଟରେ ମଙ୍ଗଳବାର ଦିନ ତାଙ୍କୁ କିଛି ଆଇନ ସମ୍ବନ୍ଧିତ ବହି ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।

ସାକେତ କୋର୍ଟର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ବିଜୟଶ୍ରୀ ରାଠୋର ଡିସେମ୍ବର ୨୪ରେ ପୁଲିସର ଏକ ଯାଚିକା ଉପରେ କହିଥିଲେ କି, ସଠିକ ଓ ଯଥାର୍ଥ ଟ୍ରାଏଲ ଯେମିତି ଅଭିଯୁକ୍ତର ଅଧିକାର  ସେମିତି ସାର୍ବଜନୀନ ସ୍ବାର୍ଥ ପାଇଁ ଅଭିଯୁକ୍ତ ଯାଞ୍ଚରେ ସହଯୋଗ କରୁ ନ ଥିବା ବେଳେ ଯେମିତି ଅପରାଧ ଆଖି ଅଢୁଆଳରେ ନ ରହିଯାଏ, ସେଥିପାଇଁ ସଠିକ ଓ ଯଥାର୍ଥ ଯାଞ୍ଚ ମଧ୍ୟ ଜରୁରୀ। ପୁଲିସ କୋର୍ଟଙ୍କ ସମ୍ମୁଖରେ ଆଫତାବଙ୍କ ଏକ ଭଏସ ସାମ୍ପୁଲ ପାଇଁ ଆବେଦନକୁ ନେଇ ମାଜିଷ୍ଟ୍ରେଟ ଏହି ବୟାନ ଦେଇଥିଲେ।

କୋର୍ଟ ସୁପ୍ରିମକୋର୍ଟଙ୍କ ଦ୍ବାରା ରିତେଶ ସିହ୍ନା ବନାମ ଉତ୍ତର ପ୍ରଦେଶ ମାମଲାରେ ଦିଆଯାଇଥିବା ନିଷ୍ପତ୍ତିକୁ ଉଦ୍ଧୃତକରି କହିଥିଲେ କି, କୌଣସି ବ୍ୟକ୍ତିର ଭଏସ ସାମ୍ପୁଲ ସଂଗ୍ରହ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇ ପାରିବେ, କାରଣ ଏହା ବ୍ୟକ୍ତିର ଗୋପନୀୟତାର ଉଲ୍ଲଙ୍ଘନ କରୁନାହିଁ। କିନ୍ତୁ ଅଭିଯୁକ୍ତଙ୍କ ଓକିଲ ଯୁକ୍ତି କରିଥିଲେ କି, ତାଙ୍କ ମହକିଲଙ୍କ ସହମତି ବାଧ୍ୟତାମୂଳକ।  

Leave a Reply

Your email address will not be published. Required fields are marked *