ଗଣଦୁଷ୍କର୍ମ ପରେ ନାବାଳିକାର ପ୍ରସବ, ଥାନାରେ ମାମଲା

Spread the love

(କୋବରା) ନାବାଳିକା ଗଣଦୁଷ୍କର୍ମ ମାମଲା । ଗତବର୍ଷ ଜୁନ ମାସରେ ଜଣେ 13 ବର୍ଷର ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ ସେ ନିକଟରେ ପ୍ରସବ କରିଥିଲେ । ଘଟଣାଟି ହେଉଛି ଛତିଶଗଡର କୋବରା ଜିଲ୍ଲାର । ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣକୁ ପୋଲିସ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛି । ତେବେ ନାବାଳିକା ଜଣକ ଗଣଦୁଷ୍କର୍ମ ସମ୍ପର୍କରେ ତାଙ୍କର ପରିବାର ବର୍ଗକୁ କିଛି କହିନଥିଲେ । ନାବାଳିକାଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଏ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ।

ପୁଲିସ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି କି,  ନାବାଳିକାକୁ ଗତବର୍ଷ ଜୁନ ମାସରେ ଘରେ ଏକୁଟିଆ ପାଇ ତାଙ୍କୁ ଅଭିଯୁକ୍ତ ଏବଂ ତାର ତିନିଜଣ ସାଙ୍ଗ ତାଙ୍କୁ ଉଠାଇ ନେଇ ଗଣବଳତ୍କାର କରିଥିଲେ ଓ କାହାକୁ ଏ ବିଷୟରେ କିଛି ନକହିବା ପାଇଁ ଧମକ ବି ଦେଇଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା। ଅଧିକାରୀ ଜଣକ ଆହୁରି କହିଛନ୍ତି, ନାବାଳିକା ଜଣକ ଡରିଯାଇଥିଲେ ଓ କାହାରିକୁ କିଛି କହିନଥିଲେ । କିନ୍ତୁ ଏହି ଗଣଦୁଷ୍କର୍ମରୁ ସେ ଗର୍ଭଧାରଣ କରିଥିଲେ ମଧ୍ୟ ଏସମ୍ପର୍କରେ କେହି ଜାଣିପାରି ନ ଥିଲେ। ହେଲେ ଜାନୁଆରୀ ୨୬ରେ ପ୍ରସବ ଯନ୍ତ୍ରଣା ସହ ସେ ଏକ ଶିଶୁକୁ ପ୍ରସବ ଦେଇଥିଲେ।

ଏହି ଘଟଣା ପରେ ପରିବାର ସଦସ୍ୟ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଭାରତୀୟ ଦଣ୍ଡ ବିଧାନ ସଂହିତା ଧାରା 363(ଅପହରଣ),376(ବଳାତ୍କାର),376 ଡି (ଗଣ ବଳାତ୍କାର),506-ବି (ଅପରାଧ ଧମକ) ଏବଂ ଶିଶୁ ଯୌନ ସୁରକ୍ଷା ବ୍ୟବସ୍ଥା ଆଇନ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରାଯାଇଥିଲା ।

ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କର ବୟସ ଯଥାକ୍ରମେ 21 ଓ 22 ଜଣାପଡିଥିବାବେଳେ । ମୁଖ୍ୟ ଅଭିଯୁକ୍ତ ବୟସ ଜଣାପଡିନାହଁ ।

ଥାନା ଅଧିକାରୀ କହିଛନ୍ତ ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଶନିବାରେ ଜେଲ ପଠାଇ ଯାଇଥିବାବେଳେ । ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଥିବାବେଳେ ତାଙ୍କୁ ଗିରଫ କରିବାପାଇଁ ଉଦ୍ୟମ ଚଲାଇଛି ପୋଲିସ ।

Leave a Reply

Your email address will not be published. Required fields are marked *