ଅଗ୍ନିବୀର ପଦବୀ ପାଇଁ ଚାଲିଥିବା ବଡ଼ ଧରଣର ସ୍କାମ୍ ଧରାପଡ଼ିଛି। ଚିଲିକା, ଉତ୍ତରପ୍ରଦେଶ, ଆଣ୍ଡାମାନ ନିକୋବରରୁ ୫ ଜଣ ଅଧିକାରୀଙ୍କୁ ଗିରଫ କରାଯାଇଛି। ଭାରତୀୟ ନୌସେନାରେ ଅଗ୍ନିବୀର ପଦବୀ ଲାଗି ଲାଞ୍ଚ କାରବାରରେ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ସମେତ ୫ଜଣ ଅଧିକାରୀଙ୍କୁ ଗିରଫ କରାଯାଇଛି। ଗଲା ୨୦୨୪ ନଭେମ୍ୱର ମାସରେ ୨ଶହରୁ ଉର୍ଦ୍ଧ୍ୱ ଅଗ୍ନିବୀର ପଦବୀ ଲାଗି ହୋଇଥିଲା ସ୍କାମ୍। ପରୀକ୍ଷାର୍ଥୀଙ୍କୁ ପୁଲିସ ଯାଞ୍ଚ ପ୍ରକ୍ରିୟା, ଡାକ୍ତରୀ ପରୀକ୍ଷା ସହ ଅଗ୍ନିବୀର ପଦବୀରେ ପାସ୍ କରାଇବାକୁ ମୋଟା ଅଙ୍କର ଅର୍ଥ କାରବାର ହୋଇଥିଲା। ଏହି ରାକେଟରେ ନୌସେନାରେ କାର୍ଯ୍ୟରତ କିଛି ବରିଷ୍ଠ ଅଧିକାରୀଙ୍କ ସଂପୃକ୍ତି ଥିଲା। ନୌସେନା ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ବି ଲିକ୍ ହୋଇଛି। ଏବେ ସୁଦ୍ଧା ଯେଉଁମାନେ ଗିରଫ ହୋଇଛନ୍ତି, ସେମାନେ ହେଲେ ପୂର୍ବତନ ନୌସେନା ଅଧିକାରୀ ଭୂଷଣ, ୟୁପିର ସତ୍ୟମ ଚାହାର, ଆଇଏନଏସ ଚିଲିକାରେ କାର୍ଯ୍ୟରତ ଏମସି ଆର୍ଟର ଅଧିକାରୀ ବିନୟ ରାୟ। ଏହା ବ୍ୟତୀତ ଅନ୍ୟ ଦୁଇ ଅଧିକାରୀଙ୍କୁ ଗିରଫ କରିବାକୁ ଖୋର୍ଦ୍ଧା ଏସପି ସାଗରିକା ନାଥଙ୍କ ନିର୍ଦେଶକ୍ରମେ ସ୍ୱତନ୍ତ୍ର ଟିମ୍ ଆଣ୍ଡାମାନ୍ ନିକୋବର ଯାଇଛନ୍ତି। ସେମାନଙ୍କଠୁ ୧୨ଟି ବ୍ୟାଙ୍କ ପାସବୁକ୍ ଜବତ ହୋଇଛି। ପ୍ରାୟ କୋଟିଏ ଟଙ୍କା ପାସବୁକରେ ରହିଛି। ଆଇଏନଏସ ଚିଲିକାର ଲେଫ୍ଟନାଣ୍ଟ କମାଣ୍ଡର ଆଦିତ୍ୟ ସିଂଙ୍କ ଅଭିଯୋଗ କ୍ରମେ ତଦନ୍ତରୁ ଏହି ଆନ୍ତର୍ଜାତୀୟ ରାକେଟକୁ ପୁଲିସ ଧରିବାରେ ସଫଳ ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now