ଆଶ୍ୱସ୍ତି ଆଣିଲା କାଳବୈଶାଖୀ

Spread the love

ଭୁବନେଶ୍ୱର : ତାତିରୁ ଉପକୂଳବାସୀଙ୍କୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ । ଭୁବନେଶ୍ୱର , କଟକ , ଢେଙ୍କାନାଳ ଓ ପୁରୀ ସମେତ କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ ବର୍ଷା ହୋଇଥିବାର ସୂଚନା ମିଳିଛି । ଗତ କିଛି ଦିନ ଭଳି ଗୁରୁବାର ସକାଳୁ ଟାଣ ଖରା ଆରମ୍ଭ ହୋଇଯାଇଥିଲା । ତା ସହ ଅସହ ଗୁଳୁଗୁଳି ନାକେଦମ୍ କରିଥିଲା । କିନ୍ତୁ ଅପରାହ୍ନ ସାଢେ ଗୋଟାଏରୁ ୨ ଟା ପାଖାପାଖି ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ଝଟକା ପବନ ମଧ୍ୟ ଦେଇଥିଲା । ପବନ ଯୋଗୁଁ ଗଛ ଭାଙ୍ଗିବା , ଚାଳ ଓ ଟିଣ ଛପର ଉଡିଯିବା ଭଳି ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଅପରାହ୍ନର କାଳବୈଶାଖୀ ଲୋକଙ୍କୁ ଗରମରୁ କିଛି ମାତ୍ରାରେ ଆଶ୍ୱସ୍ତି ଦେଇଛି ।

ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସହରରେ କାଳବୈଶାଖୀର ପ୍ରଭାବ ଜାରି ରହିପାରେ ବୋଲି କହିଛନ୍ତି ପାଣିପାଗ ବିଭାଗ । ୨୪ ଘଂଟା ମଧ୍ୟରେ ୨୧ ଟି ଜିଲ୍ଲାରେ କାଳବୈଶାଖୀ ସହ ବର୍ଷା ଘଡଘଡି ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନ ବେଗ ୪୦ରୁ ୫୦ କିମି ରହିପାରେ । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା କେନ୍ଦୁଝର , ମୟୁରଭଂଜ, ବାଲେଶ୍ୱର, କୋରାପୁଟ, ରାୟଗଡା, ଗଜପତି, ଗଂଜାମ, ନୟାଗଡ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଢେଙ୍କାନାଳ , କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗିର ଓ ନୂଆପଡା ।

ସେହିପରି ଆସନ୍ତାକାଲି ପାଇଁ ୯ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାଗୁଡିକ ହେଲା ମୟୁରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର , ରାୟଗଡା,କୋରାପୁଟ, ଗଜପତି,ଗଂଜାମ ଓ କନ୍ଧମାଳ ।

Leave a Reply

Your email address will not be published. Required fields are marked *