ଓଡ଼ିଶା

୪ ଦିନରେ ୪ ମୃତ୍ୟୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଝାଡ଼ା ବାନ୍ତି  ଆତଙ୍କ । ୪ ଦିନରେ ୪ ଜଣଙ୍କର ମୃତ୍ୟୁ ହେଲାଣି ଓ  ୧୬ ଜଣଙ୍କ ଅବସ୍ଥା  ଗୁରୁତର ରହିଛି। ବିରିକୋଟ  ପଞ୍ଚାୟତ ସେମେଳପଦର ଗାଁରେ ଝାଡ଼ାବାନ୍ତିରେ ଡାମୁ ମାଝୀ ଓ ସୁନାଙ୍ଗ ଦେଇଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ ଜଣ ଆକ୍ରାନ୍ତ ହୋଇ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।  ସେ

ହିପରି ଚମ୍ପଛୁଆ ଗାଁର ଅସେମତି ନାଏକ ଓ ପାସ୍ତି ଗୁଡା ଗାଁର ଜୟ ମାଝୀ ଙ୍କ ଝାଡ଼ାବାନ୍ତି ରେ ମୃତ୍ୟୁ ଘଟିଛି । ଡାକ୍ତରୀ ଦଳ ସେ ଅଞ୍ଚଳ କୁ ଗସ୍ତ କରି ଚିକିତ୍ସା ଜାରି ରଖିଛନ୍ତି । ସେପଟେ  ଲାଞ୍ଜିଗଡ ବିଧାୟକ ପ୍ରଦିପ ଦିଶାରୀ ଙ୍କ ନିର୍ଦେଶରେ ବିଜେଡି ର ଏକ ଟିମ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ଗାଁର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେଇଛନ୍ତି ।

Leave a Reply

Your email address will not be published.

Back to top button