ମସଜିଦରେ ପଶୁର କଟା ମୁଣ୍ଡ- କିଏ ରଖିଥିଲା ଓ କାହିଁକି?

ଆଗ୍ରାର ଜାମା ମସଜିଦରେ ପ୍ରତିବନ୍ଧିତ ପଶୁର କଟା ମୁଣ୍ଡ ରଖି ସାମ୍ପ୍ରଦାୟିକ ଦଙ୍ଗା କରାଇବାକୁ ହୋଇଥିଲା ଭୟଙ୍କର ଷଡ଼ଯନ୍ତ୍ର। କିନ୍ତୁ ଏହାର ପର୍ଦ୍ଦାଫାସ ମାତ୍ର ୪ ଘଣ୍ଟା ଭିତରେ କରିଥିଲା ପୁଲିସ। ଅଭିଯୁକ୍ତ ନଜରୁଦ୍ଦିନକୁ ଗିରଫ କରାଯାଇଛି। ପୁଲିସ ଅଭିଯୁକ୍ତର କଲ୍ ଡିଟେଲ୍ସ ରିପୋର୍ଟ କାଢୁଛି। କିଏ ଅଭିଯୁକ୍ତ ସହ ସମ୍ପର୍କରେ ଅଛନ୍ତି ଓ କାହା କହିବା ମୁତାବକ ନଜରୁଦ୍ଦିନ ଏମିତି କରିଛି। ତାହାର ଛାନଭିନ୍ ଆରମ୍ଭ ହୋଇଛି। ଜାମା ମସଜିଦ୍ ଭିତରେ ପଶୁର କଟାମୁଣ୍ଡ ଏକ ବ୍ୟାଗ୍ ଭିତରେ ମିଳିଥିଲା। ନମାଜ ପୂର୍ବରୁ ମାହୋଲ ବିଗାଡିବାକୁ ଷଡ଼ଯନ୍ତ୍ର ହୋଇଥିଲା। ପଶୁର କଟାମୁଣ୍ଡ ଦେଖି ମୁସଲିମସମାଜ ଉତକ୍ଷିପ୍ତ ହୋଇପଡ଼ିଥିଲେ। ବିକ୍ଷୋଭ ଆରମ୍ଭ କରିଦେଇଥିଲେ। ମସଜିଦ ସିସିଟିଭିରୁ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *