ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଫେସବୁକରେ ଆପତ୍ତିଜନକ ଏଡିଟିଙ୍ଗ ଭିଡିଓ ପୋଷ୍ଟ କରିବା ମାହଙ୍ଗା ପଡ଼ିଲା। ଭୁବନେଶ୍ୱର କ୍ରାଇମବ୍ରାଞ୍ଚ୍ ପୋଲିସ ଦ୍ୱାରା ଗିରଫ ହେଲା ରାୟଗଡ଼ା ର ଯୁବକ କିଶୋର କୌଶଲ୍ୟା। କିଶୋର ର ଘର କେଉଟ ଗୁଡ଼ା ରେଳ ଷ୍ଟେସନ ସାହି ସେ ଟିକିରି ରେ ଏକ କମ୍ପାନୀରେ କାମ କରୁଥିଲା ବୋଲି କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ସାଧାରଣରେ ବଦନାମ କରିବା ପାଇଁ ଅଶ୍ଲୀଳ ଭିଡିଓ ଗୁଡ଼ିକ ଫେସବୁକ୍ ରେ ପୋଷ୍ଟ କରୁଥିଲା । ଏହା ଦେଖି ଜଣେ ସଚେତନ ନାଗରିକଙ୍କ ଦ୍ୱାରା ଅଭିଯୋଗ ଦାଖଲ କରାଯାଇଥିଲା ।ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା, ସାଧାରଣ ଲୋକଙ୍କ ମଧ୍ୟରେ ତାଙ୍କ ଭାବମୂର୍ତ୍ତି ନଷ୍ଟ କରିବା ଉଦ୍ଦେଶ୍ୟରେ ଭିଡିଓଟିକୁ ବିକୃତ କରି ଫେସବୁକ୍ ରେ ପୋଷ୍ଟ କରି ଭାଇରାଲ କରାଯାଇଥିଲା। ସେଭଳି ବିକୃତ ଭିଡିଓ ଦ୍ଵାରା ମହିଳାଙ୍କ ସମ୍ମାନକୁ ମଧ୍ୟ ବାଧା ଦେଇଥିଲା। ଅଭିଯୋଗ ପାଇବା ପରେ କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ ୟୁନିଟ୍ ତୁରନ୍ତ ଏହି ଘଟଣାର ତଦନ୍ତ କରିଥିଲା ।ଆପତ୍ତିଜନକ ବିଷୟବସ୍ତୁ ଭିଡିଓ ଟିକୁ ହଟାଇବାକୁ ମେସର୍ସ ମେଟା ପ୍ଲାଟଫର୍ମ (ଫେସବୁକ୍) କୁ ଅନୁରୋଧ କରିଥିଲା। ଫେସବୁକ୍ ଠିକ୍ ତଦନ୍ତ କରି ଆକାଉଣ୍ଟ ବ୍ୟବହାରକାରୀଙ୍କୁ ରାୟଗଡା ଜିଲ୍ଲାର ମୂଳ ବାସିନ୍ଦା ଭାବରେ ଚିହ୍ନଟ କରିଥିଲା।
କ୍ରାଇମବ୍ରାଞ୍ଚ ଟିମ୍ ରାୟଗଡା ଯାଇ ଅଭିଯୁକ୍ତ କିଶୋର କୌସଲ୍ୟାଙ୍କୁ ଗିରଫ କରି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରିଥିଲା । ଜାମିନ ଖାରଜ ହୋଇଯିବାରୁ ଜେଲକୁ ପଠାଇ ଦିଆ ଯାଇଛି ବୋଲି କ୍ରାଇମ୍ ବ୍ରାଞ୍ଚ ସୂଚନା ଦେଇଛି ।
ଏଡିଟ କରି ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବା ଓ ବେଆଇନ ଭାବେ ସୋସିଆଲ ମିଡିଆକୁ ବ୍ୟବହାର କରି ପ୍ରସାରଣ କରିଥିବା ରୁ IT ଆଇନର ଉଲଂଘନ କରିଥିବା ଅପରାଧିକ ମାମଲାରେ ଗିରଫ କରାଯାଇଥିବା ଜଣା ପଡିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now