ଭିଜିଲାନ୍ସ ଜାଲରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ

Spread the love

ରାୟଗଡା:  ଭିଜିଲାନ୍ସ ଜାଲରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ । ବେଆଇନ ଭାବେ ୫ ଲକ୍ଷ ୪ହଜାର ଟଙ୍କା ନେଉଥିବାବେଳେ ତାଙ୍କ ନିକଟରୁ ଏହି ଟଙ୍କା ଜବତ କରିଛି ରାୟଗଡା ଭିଜିଲାନ୍ସ ଟିମ । ଏହା ସହ ଅଧିକାରୀ କିଶୋରଙ୍କ ବାସଭବନରୁ ୬ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ ।

ଏତେ ପରିମାଣର ଟଙ୍କା କୋଉଠୁ ଆସିଲା ସେନେଇ ଭିଜିଲାନ୍ସ ଟିମ ତାଙ୍କୁ ପଚାରିବାରୁ ଅଧିକାରୀ ଜଣକ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଯାହା ଫଳରେ ଭିଜିଲାନ୍ସ ଡ଼ିଏସପି ସୁରେନ୍ଦ୍ରନାଥ ରାଇଗୁରୁଙ୍କ ନେତୃତ୍ୱରେ  ତାଙ୍କୁ ଗିରଫ କରାଯାଇଛି । ଅନ୍ୟ ପଟେ ଅଧିକାରୀଙ୍କ ନିଜ ଘର ନବରଙ୍ଗପୁର ଜିଲ୍ଲା ମନ୍ତ୍ରୀଗୁଡା ଗ୍ରାମ ଓ ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ପାତ୍ରପଡା କିଶର ବିହାର ଲେନ ୨ ରେ ରହୁଥିବା ତାଙ୍କ ସ୍ତ୍ରୀଙ୍କ ବାସ ଭବନରେ ମଧ୍ୟ ଭିଜିଲାନ୍ସ ଟିମ ଏକକାଳୀନ ଚଢାଉ କରିଛି।

ତେବେ ଦୀର୍ଘ ସମୟ ଧରି ରାୟଗଡା ଭିଜିଲାନ୍ସ ଟିମ  ଅଧିକାରୀ କିଶୋର ଚନ୍ଦ୍ର ନାୟକଙ୍କୁ ଜେରା କରିବା ପରେ ତାଙ୍କୁ ଜୟପୁର ଭିଜିଲାନ୍ସ ଏସପିଙ୍କ ନିକଟରେ ହସ୍ତାନ୍ତର କରାଯାଇଥିବା ରାୟଗଡା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ରନାଥ ରାୟଗୁରୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *