ବାଲି ମାଫିଆଙ୍କର ସଂଘବଦ୍ଧ ଆକ୍ରମଣ,ଅଳ୍ପକେ ବର୍ତ୍ତିଲେ ଖଣି ଅଧିକାରୀ

କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଖଣି ଅଧିକାରୀଙ୍କ ଗାଡ଼ିକୁ ବାଲି ମାଫିଆଙ୍କର ସଂଘବଦ୍ଧ ଆକ୍ରମଣ । ବାଲି ମାଫିଆଙ୍କର ଆକ୍ରମଣରେ ଖଣି ଅଧିକାରୀଙ୍କର ଗାଡ଼ି ଭାଙ୍ଗିଲା । ଅଳ୍ପକେ ବର୍ତ୍ତିଲେ ଖଣି ଅଧିକାରୀ । ସୂଚନା ଅନୁଯାୟୀ, ଗତକାଲି ରାତି ୨ଟା ବେଳେ, କେନ୍ଦୁଝର ସହକାରୀ ଖଣି ଅଧିକାରୀ ସରୋଜ ହେମ୍ବ୍ରମ୍ ଲଘୁ ଖଣିଜ ଦ୍ରବ୍ୟ ଯାଞ୍ଚରେ ଆସିଥିବା ବେଳେ, ଘସିପୁରା ଥାନା ସୁଡୁସୁଡ଼ିଆ ନିକଟରେ  ୫ଟି ଗାଡ଼ିରେ ପୂର୍ବରୁ ପିଛା କରୁଥିବା ୧୫ ରୁ ଉଦ୍ଧ୍ବ ବାଲି ମାଫିଆ, ଗାଡ଼ି ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ । ମାଫିଆଙ୍କ ର ଢ଼େଲା ଓ ଠେଙ୍ଗା ମାଡ଼ରେ ଖଣି ଅଧିକାରୀଙ୍କର ଗାଡ଼ିର କାଚ ଭାଙ୍ଗି ଯାଇଥିଲା ।ତେବେ ଏହି ଆକ୍ରମଣରେ ଖଣି ଅଧିକାରୀଙ୍କ ସୁରକ୍ଷାକର୍ମୀ ସାମାନ୍ୟ ଆହତ ହୋଇଥିଲେ । ପରେ ଖଣି ଅଧିକାରୀ ଘସିପୁରା ଥାନାରେ ପହଞ୍ଚି ଏ ସମ୍ପର୍କରେ ଜଣାଇବା ପରେ ପୋଲିସ ସୁରକ୍ଷାକର୍ମୀଙ୍କୁ ଆନନ୍ଦପୁର ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ତାଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଥିଲା । ଖଣି ଅଧିକାରୀ, ୪ଜଣ ସୁରକ୍ଷା କର୍ମୀଙ୍କ ସହ, ଗତକାଲି ଏକ ଗାଡ଼ିରେ ଲଘୁ ଖଣିଜ ଦ୍ରବ୍ୟ ଯାଞ୍ଚ କରିବାକୁ ଆସୁଥିବା ବେଳେ, ଦେଓବନ୍ଧ ଛକରୁ କିଛି ଲୋକ ତାଙ୍କ ଗାଡ଼ିକୁ ପିଛା କରିବା ଆରମ୍ଭ କରିଥିବା ସୂଚନା ମିଳିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *