ବାଲେଶ୍ୱର ପୋଲିସ ହାତରେ ଲାଗିଛି ବଡ଼ ଅପରାଧୀ ଗ୍ୟାଙ୍ଗ ର ପତ୍ତା। ୨୧ ତାରିଖ ରାତିରେ ସହଦେବଖୁଣ୍ଟା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶେଷ ସୂତ୍ରରୁ ସୂଚନା ପାଇ ବାଲେଶ୍ୱର ରେଳ ଷ୍ଟେସନ ପଛ ପଟେ ଥିବା ମାଲ ଗୋଦାମ ପାଖରେ ଥିବା ଏକ ପରିତ୍ୟକ୍ତ ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ପୋଲିସ ଗୋଟିଏ ଭିବୋ ଫୋନ୍,ତିନୋଟି ଖଣ୍ଡା,ଦୁଇଟି ଲୁହା ରଡ,ଗୋଟିଏ ବାଉଁଶ ଠେଙ୍ଗା, ଦୁଇଟି ହୁକା ଦାନି ସହିତ ଦୁଇଟି ମଦ ବୋତଲ ଜବତ କରିଛି। ଫଳରେ ବଡ଼ ଧରଣର ଡ଼କାୟତି ଯୋଜନା ପଣ୍ଡ ହୋଇଛି। ଏହି ଘଟଣାରେ 7 ଜଣ ଅପରାଧୀ ନବକିଶୋର ବାରିକ, ବାପୁନ୍, ଚୁଆ, s k ଇସାକ୍, ଲିଟିଲ୍, ଇସାଦ ଅଲ୍ଲୀ, ବୁଲେଟ୍, ଦିଲୀପ ସବର୍, ଅଶୋକ ବର୍ଦ୍ଧା ଗିରଫ ହୋଇଥିବା ବେଳେ ଏଥିରେ ଦୁଇ ଜଣ ନାବାଳକ ସଂପୃକ୍ତ ଅଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now